ହେଡଲାଇନସ୍:

ଭଦ୍ରକ ଟାଉନ ହଲ ଠାରେ  ୧୫ତମ ଶିଶୁ ପ୍ରତିଭା ଉତ୍ସଵ - ୨୦୧୮

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ  (ସତ୍ୟଭୂଷଣ ସ୍ବାମୀ ) ଆଜି ଶିଶୁ ଦିବସ ଉପଲକ୍ଷେ ୧୫ତମ ରାଜ୍ୟ ଶିଶୁ ଉତ୍ସବ ପ୍ରତିଯୋଗିତା -୨୦୧୮  ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଟିତ ହୋଇଛି । ଭଦ୍ରକ କଲଚୁରାଲ ଏକାଡେମୀ ଦ୍ଵାରା ଆୟୋଜିତ ଦିବସ ବ୍ୟାପୀ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାଵରେ ଉଦଘାଟନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ତ୍ରିପାଠୀ , ସମ୍ମାନୀତ ଅତିଥି ତଥା କାର୍ଯ୍ୟକ୍ରମର ପ୍ରାୟୋଜକ ସଂଜୀବ ହିରୋ ମୁଖ୍ୟ ସଂଜୀବ ମଲ୍ଲିକ ଯୋଗ ଦେଇ ଶିଶୁ ପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ । ଏହି ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବକୁ ଆହୁରି ବ୍ୟାପକ କରିଵା ସହିତ ଶିଶୁ ପ୍ରତିଭାକୁ ଦେଶ ତଥା ଦେଶ ଵାହାରେ ପରିଚୟ ସୃଷ୍ଟି କରିବା ଉଦ୍ୟମ କରାଯିବ ଵୋଲି ସଂଜୀବ ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ପ୍ରତିଯୋଗି ନୃତ୍ୟ , ସଂଗୀତ , ଚିତ୍ର କଳା , ଵକୃତା ଓ ଏକକ ଅଭିନୟ ଭଳି କାର୍ଯ୍ୟକ୍ରମରେ ଭାଗ ନେଇ ନିଜର କଳା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଦେଵେନ୍ଦ୍ର ନାୟକ , ସଂପାଦକ ରଂଜନ ନାୟକ , ସତ୍ୟଭୂଷଣ ସ୍ବାମୀଙ୍କ ଵ୍ୟତିତ ଅନେକ ଶୁବେଛୁ ସହଯୋଗ କରିଥିଲେ ।

0
0
0
s2sdefault