ହେଡଲାଇନସ୍:

ମହାସଂସ୍କୃତି ଜାଗରଣ ଯାତ୍ରାର ଉଦଯାପନ ସନ୍ଧ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ - ପ୍ରସିଦ୍ଧ କାଳୀପୂଜା ସମାରୋହରେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେଉଥିବା ମହା ସଂସ୍କୃତି ଜାଗରଣ ଯାତ୍ରା ଉଦଯାପିତ  ହୋଇଯାଇଛି । ଅନ୍ତିମ ସନ୍ଧ୍ୟାରେ ବିଶିଷ୍ଟ ଅତିଥି ତଥା କର୍ମକର୍ତ୍ତା, ତଥା ବହୁ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତ ଓ ଭକ୍ତା ଯୋଗ ଦେଇଥିଲେ । ଅସ୍ଥାୟୀ ମଞ୍ଚରେ ବିରାଜିତ ଚତର୍ଦ୍ଧାମୂର୍ତ୍ତୀଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସମିତିର ମୁଖ୍ୟପରିଚାଳକ ପଣ୍ଡିତ ଭାଗୀରଥି ନନ୍ଦଶର୍ମା ପୌରୋହିତ୍ୟ କରିଥିଲେ । ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ  କରି ସମ୍ବର୍ଦ୍ଧିତ କରିଥିଲେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ସନେଇ ଶିୟଳ । ସମିତିର ଆବାହକ ଶରତ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମିତିର ସହ ସଂପାଦକ ଶ୍ରୀ ବାବୁଲାଲ ଦାସ ସମିତିର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଭଦ୍ରକର ବିଧାୟକ ଯୁଗଳ କିଶୋର ପଟ୍ଟନାୟକମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଜଗନ୍ନାଥଙ୍କୁ ଆପଣେଇ ପାରିଲେ ସମାଜରେ ଦେଖା ଦେଇଥିବା ପାରିବାରିକ ଓ ସାମାଜିକ ବିଶୃଙ୍ଖଳା ଦୂରହୋଇ ପାରିବ ବୋଲି ମତ ରଖିଥିଲେ ।  ମୁଖ୍ୟବକ୍ତା ଭାବରେ ଡ. କ୍ଷୀରୋଦ ସାମଲ, ସମ୍ମାନୀତ ଅତିଥିଭାବେ ଡ. ସଦାନନ୍ଦ ଦୀକ୍ଷିତ, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଇ. ଅଭୟ ସୂତାର ଯୋଗଦାନ କରି ଜଗନ୍ନାଥ ସଂସ୍କୃତି ଆମର ସାମାଜିକ ଓ ପାରିବାରିକ ଜୀବନକୁ ରୁଦ୍ଧିମନ୍ତ କରି ପାରେ ସତ, କିନ୍ତୁ ସଂସ୍କୃତିର ବାସ୍ତବତାକୁ ଶ୍ରୀମନ୍ଦିରର କେତେକ ସେବାୟତ ବିଭ୍ରାଟ କରୁଥିବା ମତ ପ୍ରକାଶ ପାଇଥିଲା । ଅଧ୍ୟାପକ ଶିବରାମ ଖାମୁରାଇ, ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ମନୋଜ ପ୍ରଧାନ ସମିତିର ସହ ପରିଚାଳକ ଶରତ ମହାନ୍ତି ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପୂର୍ବାହ୍ନରେ ସଂକୀତ୍ତନ ଦଳ ଜିଲ୍ଲା ସଭାପତି କମଳା କାନ୍ତ ମଲ୍ଲିକ ଓ ପଦ୍ମଲୋଚନ ମହାପାତ୍ରଙ୍କ ନେତୃତରେ ସହର ପରିକ୍ରମା କରିଥିଲା । ମଧ୍ୟାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ଭଜନ, କୀର୍ତ୍ତନ ଅନୁÂିତ ହୋଇଥିବା ବେଳେ ଓ ସମିତିର ପ୍ରବଚକ ସୁଧାକର ଧନୀ, ପ୍ରବଚିକା ବିଶ୍ୱମୈତ୍ରୀ ନାୟକ ପ୍ରବଚନ ପ୍ରଦାନ କରିଥିଲେ । ନାରାୟଣ ପ୍ରଦାନ, କମଳାକାନ୍ତ ପ୍ରଧାନ, କମଳାକାନ୍ତ ବେହେରା ପରିଚାଳନା କରିଥିଲେ । ସମିତି ପକ୍ଷରୁ ଶିଶିର ମିଶ୍ର, ପି.କେ ମହାନ୍ତି, ଜୟନ୍ତ କୁମାର ସେନାପତି, କମଳାକାନ୍ତ ଦାସ, କମଳାକାନ୍ତ ପ୍ରଧାନଙ୍କୁ ‘ବଡଦାଣ୍ଡ ସେବକ’ ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ଶିଶିର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault