ହେଡଲାଇନସ୍:

ଭଦ୍ରକରେ ବିଜୟା ମିଳନ ଉତ୍ସବ : ସରୋଜ କଳା ସମ୍ମାନ ପାଇଲେ କଳା ଶିକ୍ଷକ ମନୋରଂଜନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଭଦ୍ରକ ପୂଜ୍ୟପୂଜା ସଂସଦ ତରଫରୁ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୪୭ତମ ବିଜୟା ମିଳନ ଉସôବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଭଦ୍ରକର ଅଗ୍ରଣୀ କଳାକେନ୍ଦ୍ର ‘ସେକେଣ୍ଡ ୱାର୍ଲ୍ଡ’ର ପ୍ରକ୍ଷାତ ଚିତ୍ରଶିଳ୍ପୀ ମନୋରଂଜନ ନାୟକଙ୍କୁ ସରୋଜ କଳା ସମ୍ମାନରେ ସମ୍ମାନୀତ କରାଯାଇଛି । ପ୍ରକ୍ଷାତ ଲେଖକ,ଗବେଶକ ତଥା ପ୍ରଫେସର ଡା. ଆଦିକନ୍ଦ ସାହୁ ତାଙ୍କୁ ଏକ ସିଲ୍ଡ,ପ୍ରଶଂସା ପତ୍ର ସହିତ ଉପଡୈାକନ ପ୍ରଦାନ କରି ସମ୍ମାନୀତ କରିଥିଲେ । ମନୋରଂଜନ ଅପର୍ତ୍ତିବିନ୍ଧା ଠାରେ ଏକ ଚିତ୍ରକଳା ବିଦ୍ୟାଳୟରେ ଦିର୍ଘ ୧୨ବର୍ଷ ଧରି କୁନି କୁନି ପିଲାମାନଙ୍କୁ ଚିତ୍ର ଶିକ୍ଷାଦାନ କରି ଆସୁଛନ୍ତି । ତାଙ୍କର ଚିତ୍ର କରିବା ନିଶା ଏବେ ସଫଳତା ଆଡକୁ ନେଇ ଯାଇଥିବା ବେଳେ ଚିତ୍ରକଳାରେ ଆଗ୍ରହ ଥିବା ପିଲା ମାନଙ୍କୁ ମାଗଣା ଚିତ୍ର ଶିଖାଇବା ତାଙ୍କ ପେସା ବୋଲି ଜଣା ପଡିଛି । ପୂର୍ବରୁ ରାଜ୍ୟ ବାହରେ ମଧ୍ୟ ଅନେକ ପୁରଷ୍ଟାର ସହିତ ସମ୍ମାନିତ ହୋଇଥିବା ବେଳେ ଭଦ୍ରକର ଏହି ସମ୍ମାନ ପାଇ ସେ ବେସ ଖୁସି ଅନୁଭବ କରୁଥିବା କହିଛନ୍ତି ।

0
0
0
s2sdefault