ହେଡଲାଇନସ୍:

ମୋ ସ୍ତ୍ରୀଙ୍କୁ ଦୟାକରି  ଫେରାଇ  ଆଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଦାଦନ ଖଟିବାକୁଯାଇ ବନ୍ଧା ପଡିଯାଇଛନ୍ତି ମହିଳା ଶ୍ରମିକ 

             ଗାଇସିଲେଟ/କେଦାର ନାଥ ସାହୁ : ଗରିବଙ୍କ ବିକାଶ ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଥିବା ବେଳେ ଏହାର ସୁଫଳ ଅନେକ ଲୋକଙ୍କ ପାଲହରେ ଅପହଞ୍ଚ | ଲୋକ  ପେଟପାଟଣା ପାଇଁ ଏବେ ବୁଇ ଦାଦନ ଖଟିବାକୁ ଯାଇ ଅକଥନୀୟ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି | ଏପରି ଏକ ଦୁଖଦ ଘଟଣା ଏବେ ନଜରକୁ ଆସିଛି |  ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ କଠଉମାଲ ପଞ୍ଚାୟତର କନ୍ଦୁମୁଣ୍ଡା ଗ୍ରାମର ତିନି ଜଣ ବ୍ୟକ୍ତି ଦାଦନ ଖଟିବାକୁଯାଇ ବନ୍ଧା ପଢିଛନ୍ତି ତେଲେଙ୍ଗାନା ରାଜ୍ୟରେ।

ଚାରିମାସ ତଳେ ବଲାଙ୍ଗୀର ଜିଲ୍ଲା ସ୍ଥିତ ଖପରାଖୋଲ ନିକଟସ୍ଥ ବାଗଡିଆ ଗ୍ରାମର ଆନନ୍ଦ ବାଗ ନାମକ ଏକ ଦଲାଲ ବରଗଡ ଏବଂ ବଲାଙ୍ଗୀରରୁ ପ୍ରାୟ ପନ୍ଦର ଜଣ ଶ୍ରମିକଙ୍କୁ ପଇସାର ପ୍ରଲୋଭନ ଦେଖାଇ ତେଲେଙ୍ଗାନା ରାଜ୍ୟର ମଞ୍ଚିଲାଲ ଜିଲ୍ଲାର ଗୌଲେଇପାଲିକୁ ନେଇ ସେଠାରେ ନିର୍ଜାତନା ଦଉଥିବାର ଥାନାରେ  ଅଭିଯୋଗ ହୋଇଛି।ଲିଖିତ ଅଭିଯୋଗରୁ ଜଣା ପଡିଛିଯେ ଖପରାଖୋଲ ନିକଟସ୍ଥ ବାଗଡିଆ ଗ୍ରାମରୁ ଆନନ୍ଦ ବାଗ କନ୍ଦୁମୁଣ୍ଡାକୁ ଆସିଥିଲେ ଏବଂ ତେଲେଙ୍ଗାନାର ଇଟାଭାଟିରେ ମଜୁରୀ କାମକଲେ ଜଣପିଛା ୩୦,୦୦୦ଟଙ୍କା ଦିଆଯିବବୋଲି ପ୍ରଲୋଭନ ଦେଖାଇ ଥିଲେ। ସେହି ଗ୍ରାମର ଆନନ୍ଦ ପୁଟେଲ(୨୪ବର୍ଷ) ଓ ତାଙ୍କ ପତ୍ନୀ ରଙ୍ଗ ପୁଟେଲ (୨୨ବର୍ଷ) ଏବଂ ଗ୍ରାମର ଅନ୍ୟ ଏକ ଯୁବକ ବିଜୟ ବରିହା (୧୯ବର୍ଷ) ଙ୍କ ସମେତ ଅନ୍ୟ ଗ୍ରାମ ଗୁଡିକରୁ ପ୍ରାୟ ପନ୍ଦର ଜଣ ଶ୍ରମିକ ଏହି ପ୍ରଲୋଭନରେ ଫସିଯାଇ ତେଲେଙ୍ଗାନା ଯାଇଥିଲେ । ସେଠାରେ ପ୍ରାୟ ଚାରିମାସ କମକଲାପରେ ମଧ୍ୟ ମାଲିକ ଠାରୁ ଟଙ୍କାଟିଏ ସୁଦ୍ଧା ପାଇନଥିଲେ ।ଟଙ୍କା ପାଇଁ ମାଲିକକୁ ପଚାରିବାରୁ ତାଙ୍କୁ ଆଣିଥିବା ଦଲାଲ ଆନନ୍ଦ ବାଗ ସମସ୍ତ ଟଙ୍କା ନେଇଯାଇଛି ବୋଲି କହି ଗାଲିଗୁଲଜ କରିଥିଲା ।ଦଲାଲ ଆନନ୍ଦ ବାଗର ଭାଇ ପରଦେଶୀ ବାଗ ସେଠାରେ ତାଙ୍କୁ ମଜୁରୀ ନଦେଇ ନିର୍ଜାତନା ଦଉଥିବାର ଅଭିଯୋଗ ଆଣିଛନ୍ତି ତେଲେଙ୍ଗାନାରୁ ଜୀବନ ବଞ୍ଚେଇ ଲୁଚି ନିଜ ଗ୍ରାମକୁ ପଳେଇ ଆସିଥିବା ଆନନ୍ଦ ପୁଟେଲ ।ହେଲେ ସେଠାରେ ବନ୍ଧା ପଡିଯାଇଛନ୍ତି ତାଙ୍କ ପତ୍ନୀ ରଙ୍ଗ । ତେଲେଙ୍ଗାନାରେ ଭାଟିମାଲିକ ତାଙ୍କ ପାଖରୁ ମୋବାଇଲ ଛଡେଇ ନେଇଥିବାରୁ ସେ କାହାରି ସହିତ ଯୋଗାଯୋଗ କରିନପାରି ଲୁଚି  ପଳେଇ ଆସିଥିବାର କହିଛନ୍ତି।ନିଜ ବୋହୁକୁ ଅଜଣା ଅଚିହ୍ନା ରାଜ୍ୟରେ ବନ୍ଧା ପଡିଥିବାରୁ ଭାଙ୍ଗି ପଡିଛନ୍ତି ବୃଦ୍ଧା ଶାଶୁ ନିତା ପଟେଲ।ବାହାର ରାଜ୍ୟକୁ ଦାଦନ ଖଟିଯିବାର କାରଣ ପଚାରିବାରୁ ଶ୍ରୀ ପଟେଲ ରାଜ୍ୟ ସରକାର ଭୂମିହୀନମାନଙ୍କୁ  କିଛି ସହଯୋଗ କରୁନଥିବାରୁ ପେଟପାଟଣା ପାଇଁ ପଡୋସି ରାଜ୍ୟ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି । ଅଭିଯୋଗ କ୍ରମେ ଗାଇସିଲେଟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଠାକୁରଦାସ ମୁର୍ମୁ ଘଟଣା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜଣେଇବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।

 

0
0
0
s2sdefault