ହେଡଲାଇନସ୍:

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ : କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ ନିଲମ୍ବିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ କୁମାର ପୁରୋହିତ): ସଦର ବ୍ଳକ ଧରମବନ୍ଧା(ଇନ୍ଦିରା ଆବାସ) ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଧନିରାମ ମାଝି କାର୍ଯ୍ୟରେ ଅବହେଳା କରିବାରୁ ନିଲମ୍ବିତ ହୋଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ସଦର ବ୍ଳକ ଭିଭିନ୍ନ ସ୍କୁଲ ପରିଦର୍ଶନରେ ଯାଇଥିଲେ । ମଧ୍ୟାହ୍ନରେ ଧରମବନ୍ଧା(ଇନ୍ଦିରା ଆବାସ) ପ୍ରାଥମିକ ବିଦ୍ୟାଳୟରେ ପହପଲଞ୍ଚô ଥିଲେ । ସ୍କୁଲର ୧ମ ଶ୍ରେଣୀରେ ୫, ୨ୟରେ ୯, ୩ୟରେ ୪, ୫ମରେ ୫ ଜଣ ମୋଟ ୨୩ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସେଠାରେ ଜଣ ଶିକ୍ଷୟତ୍ରୀ ତ୍ରିବେଣୀ ଶବର ଉପସ୍ଥିତ ଥିବା ବେଳେ ସହକାରୀ ଶିକ୍ଷକ ଧନିରାମ ମାଝି ଅନୁପସ୍ଥିତ ଥିଲେ । ଏମିତିକି ଛୁଟି ପାଇଁ କୌଣସି ଅନୁମତି ନେଇନଥିଲେ । ସ୍କୁଲ ପରିଚାଳନା କମିଟି, ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ପଚାରିବାରୁ ଶିକ୍ଷକ ଶ୍ରୀ ମାଝି ଗତ ଜାନୁୟାରୀ ୫ ତାରିଖରୁ ସ୍କୁଲକୁ ଆସୁନଥିବା ଅଭିଯୋଗ କରିଥିଲେ । ସେହିପରି ଗତ ସେପ୍ଟେମ୍ବର ୧୧ ତାରିଖ ବିଇଓ ରେଶମଲାଲ ନାଏକଙ୍କ ସ୍କୁଲ ପରିଦର୍ଶନ ସମୟରେ ମଧ୍ୟ ଶିକ୍ଷକ ଶ୍ରୀ ମାଝି ଅନୁପସ୍ଥିତ ଥିଲେ । ସେହି ସମୟରେ ବିଇଓ ଶ୍ରୀ ନାଏକ ତାଙ୍କୁ ଚିଠି କରି ତାଗିତ କରିଥିଲେ । ହେଲେ ଶିକ୍ଷକ ଜଣକ ବାରମ୍ବାର ପିଲାଙ୍କୁ ଶିକ୍ଷାଦାନରେ ବାରମ୍ବାର ଅବହେଳା କରି ଆସୁଥିଲେ । ଆଜି ସ୍କୁଲ ପରିଚାଳନା କମିଟି, ଅଭିଭାବକ, ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ଡିଇଓ ଶ୍ରୀ ଭୋଇ କାର୍ଯ୍ୟରେ ଅବହେଳା କରିଥିବା ଶିକ୍ଷକ ଶ୍ରୀ ମାଝୀଙ୍କୁ ଡିଇଓ କାର୍ଯ୍ୟାଳୟ ଚିଠି ନଂ ୧୨୯୯ରେ ନିଲମ୍ବିତ କରିଛନ୍ତି । 

 

 

 

 

 

0
0
0
s2sdefault