ହେଡଲାଇନସ୍:

ନାବାଳକ ଛାତ୍ରକୁ କଣ ବଳଦ ଭାବିଲେ ମାଡାମ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେମିତି ନିଷ୍ଠୁର ହୋଇପାରିବେ ଜଣେ ମାତୃସ୍ଥାନୀୟା ଶିକ୍ଷୟିତ୍ରୀ ?

 ପିଲା ଚପଳ, ଖରମତି ସମ୍ପନ୍ନ, ଦୁଷ୍ଟାମୀ ରହିବା ସ୍ୱାଭାବିକ, କାରଣ ସେମାନେ ଶିଶୁ, ନାବାଳକ ଅବୋଧ | କଞ୍ଚା ମାଟିକୁ କଅଁଳ ପରସ ଦେଇ  ଯେମିତି କୁମ୍ଭାର ମାଟି ପାତ୍ରରେ ଗଢିତୋଳିଥାଏ, ସେମିତି ଶିଶୁଟିକୁ ଠିକଣା ଢଙ୍ଗରେ ଗଢିତୋଳିବାର ଆବଶ୍ୟକତା ଯଥେଷ୍ଟ ରହିଛି | ଆଉ ଏ କ୍ଷେତ୍ରରେ ଘର ଓ ବିଦ୍ୟାଳୟର ଗୁରୁ ଦାୟିତ୍ୱ ରହିଛି | ଘର ପ୍ରଥମ ବିଦ୍ୟାଳୟ, ସ୍କୁଲ ଦ୍ଵିତୀୟ ଘର | ସ୍କୁଲରେ ଗୁରୁ ସ୍ଥାନରେ ବସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦାୟିତ୍ୱ ସେଇ କୁମ୍ଭାର ଭଳି | ପିଲା ଭୁଲ କଲେ ଆକଟ କରିବା, ଅବାଟରେ ଗଲେ ବାଟକୁ ଜାତ ଧରି ନେଇ ଆସିବା, ଦୁଷ୍ଟ ହେଲେ ବୁଝାଇବା , ନିଷ୍ପାପ ଶିଶୁର ମନସ୍ତତ୍ତ୍ୱକୁ ବୁଝି ମାର୍ଗଦର୍ଶନ କରିବା ବଦଳରେ ସ୍କୁଲରେ ଯଦି ଶିକ୍ଷୟିତ୍ରୀ ଛାତ୍ରକୁ ବଳଦ ଭଳି ଆଚରଣ ପ୍ରଦର୍ଶନ କରିବେ ତେବେ କହିବା କାହାକୁ, ଶୁଣିବ ବା କିଏ !!!

 ବରଗଡ/ଗୌରାଙ୍ଗ ଚରଣ ଦାଶ  :-   ବିଦ୍ୟାଳୟ ହେଉଛି ଛାତ୍ର ଛାତ୍ରୀ ମାନଙ୍କର ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ। ଏକ ସ୍ଵସ୍ଥ ,ସୁରକ୍ଷିତ ବାତାବରଣରେ ଛୁଆମାନ ଭବିଷ୍ୟତ ଗଢିବା ପାଇଁ ରାଜ୍ୟ ତଥା ଦେଶ ର ସରକାର ବହୁତ ଗୁଡ଼ାଏ ଯୋଜନା କରିବା ସହିତ ଶିକ୍ଷା ବ୍ୟବସ୍ଥା କୁ ସୁଧାରିବା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି । ଗତ ଦଶନ୍ଧିରେ ବିଦ୍ୟାଳୟ  ପରିସରକୁ ଦଣ୍ଡମୁକ୍ତ ଅଂଚଳ ଭାବରେ ଘୋଷଣା କରାଯାଇଥିଲା ।ଏହାର ମାନେ ବିଦ୍ୟାଳୟ ପରିସରରେ କୋଣସି ଛୁଆଙ୍କୁ ଶାରୀରିକ କିମ୍ବା ମାନସିକ ନିର୍ଯାତନା ଦିଆଯାଇ ପାରିବ ନାହିଁ । ହେଲେ ଏବେବି  ଅନେକ ଅଭିଯୋଗ ଆସୁଛି ଯେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀମାନଙ୍କୁ କଠୋର ଦଣ୍ଡ ଦେଉଛନ୍ତି  । ଏହିଭଳି ଏକ ଗୁରୁତର ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକରୁ ।

        ଝାରବନ୍ଧ ନିଵାସୀ ପ୍ରସନ୍ନ ବେହେରା ଙ୍କର  ପୁଅ ଅବିନାଶ ବେହେରା ଝାରବନ୍ଧ ଗ୍ରାମର ମୁଖ୍ୟ ଛକ ନିକଟରେ ଥିବା ନୋଡାଲ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି । ପ୍ରତ୍ୟେକ ଦିନଭଳି ଗତ କାଲି ଶୁକ୍ରବାର ଦିନ ଅବିନାଶ ପାଠ ପଢିବା ପାଇଁ ସ୍କୁଲକୁ ଯାଇଥିଲା । ସ୍କୁଲରେ ଛୁଆମାନେ ପାଟିତୁଣ୍ଡ କରୁଥିବା ସମୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରଦ୍ଧା ମଞ୍ଜରି ବାଗ ଉତକ୍ଷିପ୍ତ ହେଇ ଅବିନାଶ ଓ ଅନ୍ୟ କିଛି ଛୁଆଙ୍କୁ ବାଡ଼ିରେ ପିଟିଥିଲେ । ଏହାପରେ ପୁଣି ସାଢ଼େ ତିନିଟାରେ ମାଡାମ ହଠାତ  ଆସି ଏକ ବାଡ଼ି ସାହାଯ୍ୟରେ ଅଭିନାଶକୁ ନିର୍ଧୁମ ମାଡ ଆରମ୍ଭ କରିଦେଇଥିଲେ । କାହିଁକି ଏଭଳି ଅତ୍ୟାଚାର ଅଭିନାଶ ଉପରେ ମାଡାମ  କରୁଥିଲେ ତାହା କାହାରିକୁ ବି ବୁଝା ପଡୁନଥିଲା |  ସ୍କୁଲରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଇଯାଇଥିଲେ । ପ୍ରଚୁର ମାଡ ଯୋଗୁ  ଅବିନାଶର ଦେହସାରା ମାଡର ଦାଗରେ ଭରି ଯାଇଛି ,ମାଡ ର ଦାଗ ଦେଖିଲେ ଲାଗୁଛି ଯେ ଜଣେ ଏହିଭଳି ଭାବରେ ଗୋଟେ ପଶୁକୁ ବା ବଳଦ କୁ ବି  ପିଟି ପାରିବ ନାହିଁ ,ନିଶ୍ଚୟ ବିବେକ ବାଧା ଦବ  । କାରଣ ଯାହାଭି ଥାଉ ଏହିଭଳି ମାଡ଼ ମାରିବା ଅତ୍ୟନ୍ତ ଅମାନବିକ  ? ନିଜର ପାରିବାରିକ କଳହର ରାଗ ମାଡାମ ଅବିନାଶ ଉପରେ ଅଜାଡି ଦେଇନାହାନ୍ତି ତ | ନିଜ ମନ ଭିତରେ କାହା ଉପରେ ଥିବା ରୋଷ ଅବିନାଶ ଉପରେ ସୁଝାଇ ଦେଇ ନାହାନ୍ତି ତ | ଏହାକୁ ନେଇ ଏବେ  ସାଧାରଣରେ ଚର୍ଚ୍ଚା ଚାଲିଛି । ଏଇ  ବାବଦରେ ଅବି ନାଶ ର ବାପା ସ୍କୁଲକର୍ତ୍ତୃପକ୍ଷଙ୍କର ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ବିଶ୍ଚିତ ଭାବରେ ଜଣେ ନାବାଳକ ପ୍ରତି ଏଭଳି  ଅମାନବୀୟ ତଥା ବର୍ବର ମାନସିକତା ଦେଖାଇ ଥିବା ଯୋଗୁ ମାଡାମଙ୍କର ବିରୋଧରେ ଦୃଢରୁ ଦୃଢତର ପଦକ୍ଷେପ ଗ୍ରହଣ କରିବେ ବୋଲି ସାଧାରଣରେ ଦାବି ହେଉଛି ।

 

 

0
0
0
s2sdefault