ହେଡଲାଇନସ୍:

ନିରଧୁମ ଛେଚିବା ସହ ଲଣ୍ଡା କରି ଗାଆଁରେ ବୁଲାଇଲେ ଲୋକେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଛି ଛି .....ଇଏ ଶିକ୍ଷକ ନ ଚଣ୍ଡାଳ !!!!

ନାବାଳିକା ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

 ବାରିପଦା(ଦିଲ୍ଲୀପ ମହାନ୍ତି  )- ସମାଜ  ଗୁରୁଙ୍କୁ ବ୍ରହ୍ମ।, ବିଷ୍ଣୁ ଓ ମହେଶ୍ୱର ଆସନରେ ବସାଇଛନ୍ତି । ଗୁରୁଙ୍କ ସ୍ଥାନ ସମସ୍ତ ଯୁଗରେ ଉପରେ ରହିଆସିଛି । କିନ୍ତୁ ଆଜିର ଯୁଗରେ କେତେକ ମୁଷ୍ଟିମେୟ ନଷ୍ଟ ଚରିତ୍ର ବ୍ୟକ୍ତି ବିଶେଷଙ୍କ ପାଇଁ ଶିକ୍ଷକ ସମାଜ ପାଇଁ ସମଗ୍ର ଶିକ୍ଷକ ସମାଜକୁ କଳଙ୍କର ବୋଝ ମୁଣ୍ଡାଇବାକୁ ପଡିଛି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅଂଚଳରେ । ଏଠାରେ ବିଦ୍ୟାଳୟର  ନଷ୍ଟ ଚରିତ୍ର ପ୍ରଧାନଶିକ୍ଷକଙ୍କ ଛାତ୍ରୀମାନଙ୍କ ପ୍ରତି ଦେଖାଇଆସିଥିବା ଆଚରଣଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି । ପାଠ ପଢ଼ାଇବା ଆଢୁଆଳରେ ଛାତ୍ରୀଙ୍କ ପ୍ରତି ମନ୍ଦଆଚରଣ କରୁଥିଲେ ପ୍ରଧାନଶିକ୍ଷକ। ବିଶ୍ବାସ ଭାଙ୍ଗିଥିଲେ ଅଭିଭାବକ ଓ ସରଳ,ନିରୀହ ଛାତ୍ରୀଙ୍କ। ରାଜ୍ୟ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଥିବା ସ୍କୁଲ ପରିସରରେ ଛାତ୍ରୀଙ୍କ ପ୍ରତି ମନ୍ଦଆଚରଣ ଅଭିଯୋଗ ଆଣି ଛାତ୍ର ଓ ଛାତ୍ରୀମାଙ୍କ ଅଭିଭାବକମାନେ ହାତକୁ ନେଲେ ଆଇନକୁ। ଘଟଣାକୁ ନେଇ ସ୍କୁଲ ପରିସରରେ ଲାଗିରହିଛି ଉତ୍ତେଜନା । ଏହି ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଖବର ପାଇ ମଧ୍ୟ ଶିକ୍ଷାବିଭାଗ ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ  ପହଞ୍ଚିନଥିବାର ମଧ୍ୟ ଅଭିଭାବକ ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଯାହା ଶିକ୍ଷା ବିଭାଗର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ ଘଟଣାକୁ ୩ଦିନ ହୋଇଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ୍। ଯାହାକୁନେଇ ବିବାଦୀୟ ମୋଡ଼ ନେଇଛି ଉକ୍ତ ସ୍ପର୍ଶକାତର ଘଟଣା।  ଏଭଳି ସ୍ପର୍ଶକାତର,ସମ୍ବେଦନଶୀଳ ତଥା ନିନ୍ଦନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଗଡ଼ିଆ ପଞ୍ଚାୟତ ଅଧିନ ନୁହାମାଳିଆ ସରକାରୀ ୟୁପି ସ୍କୁଲରେ ଘଟିଛି। ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ୩ ନାବାଳିକା ଛାତ୍ରୀଙ୍କୁ ପର୍ଯ୍ୟାୟ କ୍ରମେ ମନ୍ଦ ଆଚରଣ ପ୍ରଦର୍ଶନ କରିଥିବା ବିଷୟରେ ପିଡ଼ିତା ଛାତ୍ରୀମାନେ କାନ୍ଦିକାନ୍ଦି ତାଙ୍କର ଅଭିଭାବକ ନିକଟରେ ପ୍ରକାଶ କରିବାପରେ ସେମାନେ  ସ୍କୁଲ ପରିଚାଳନା କମିଟିର ସଭାପତି ଓ ସଦସ୍ୟ ମାନଙ୍କୁ ଜଣାଇ ନ୍ୟାୟ ପାଇଁ ଦାବି କରିଥିଲେ। ଅନ୍ୟପଟେ ସରଳ ନିଷ୍ପାପ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ପ୍ରଧାନ ଶିକ୍ଷକ ଅନଙ୍ଗଦେଵ ଟିପିରିଆ ନିଜର ଅସୁସ୍ଥତା ଦର୍ଶାଇ ସ୍କୁଲ ନ ଆସି ଅନ୍ୟ ଜଣେ ଶିକ୍ଷୟତ୍ରୀଙ୍କୁ ଫୋନରେ ଦାୟିତ୍ୱ ତୁଲାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ, ଶିକ୍ଷୟତ୍ରୀ ଜଣଙ୍କ ତାଙ୍କୁ ତୁରନ୍ତ ବିଦ୍ୟାଳୟରେ ଉପସ୍ଥିତ ହେବା ନିମନ୍ତେ ଫୋନରେ ଜଣାଇବା ପରେ  ଏକ ବୋଲେରୋରେ ପରିବାର ସହ ଆଜି ସ୍କୁଲ ପରିସରରେ ପହଞ୍ଚିବାରୁ ଉତ୍ତେଜିତ ଅବସ୍ଥାରେ ଥିବା ଗ୍ରାମବାସୀ ତାଙ୍କୁ ଠେଲାପେଲା ଆରମ୍ଭ କରିଦେଇଥିଲେ । ଏହି ସମୟରେ ପ୍ରଧାନଶିକ୍ଷକ ଅନଙ୍ଗ ଦେବ ଟିପିରିଆଙ୍କ ମୁଣ୍ଡ ବାଳକୁ କେହି ଟାଣି ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଇ ରସିକିଆ ଅଭଦ୍ର ମାଷ୍ଟ୍ରଙ୍କୁ ଲୋକ ନିରଧୁମ ଛେଚିବା ସହ ଲଣ୍ଡା କରି ଗାଆଁରେ ବୁଲାଇଛନ୍ତି | 

0
0
0
s2sdefault