ହେଡଲାଇନସ୍:

ସାମ୍ବାଦିକତାର ଆଳରେ ବିଭିନ୍ନ କୁକର୍ମ ! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସତ୍ୟ ଯଦି ସାଙ୍ଘାତିକ ଆଉ ଦଣ୍ଡ ଯୋଗ୍ୟ 

ବରଗଡ/ଗୌରାଙ୍ଗ ଚରଣ ଦାଶ :- ସାମ୍ବାଦିକତା ପେସାରେ ଗତ କିଛି ବର୍ଷ ଧରି  ହେଉଥିବା  ଅନୁପ୍ରବେଶ କାରଣରୁ ସାମ୍ବାଦିକତା କେତେକ ଅନୁ ପ୍ରବେଶକାରୀଙ୍କ ଅପକର୍ମ ଯୋଗୁ ବଦନାମ ହେଉଛି । ସାମ୍ବାଦିକତା ଯାଞ୍ଚ କରିବା ପାଇଁ ନିର୍ଦିଷ୍ଟ ବ୍ୟବସ୍ଥା ନଥିବା ଯୋଗୁ ଏବେ ପରିସ୍ଥିତି ଏପରି ହେଲାଣି ଯେ ଆଖି ବନ୍ଦ କରି ଟେକାଟିଏ ଫିଙ୍ଗିଲେ ଯାହା ଦେହରେ ବାଜିବ ସେ ସାମ୍ବାଦିକ ଟିଏ ହୋଇଥିବ । ସାମ୍ବାଦିକଙ୍କ ଭିତରେ ସଂଖ୍ୟାଧିକ ଲୋଜ ନିରୋଳା ସାମ୍ବାଦିକତା କରୁଥିବା ବେଳେ ଆଉ କିଛି ସାମ୍ବାଦିକତା କୁ ଢାଲ କରି ନିରୋଳା ଅନୈତିକ କାର୍ଯ୍ୟ ରେ ଲିପ୍ତ ଅଛନ୍ତି । କିଛି ତ ଏକରକମ ଦଳାଲି ରେ  ବ୍ୟସ୍ତ ।

ଆଉ ବରଗଡ଼   ଜିଲ୍ଲା ପଦ୍ମପୁର ଉପଖଣ୍ଡ କିଛି ସେପରି ଅପ୍ରୀତିକର ଘଟଣାଟି ଯାଇଛି , ଯାହାକୁ ନେଇ ଏବେ ଚର୍ଚା ଜୋର ଧରି  । ନିଜକୁ ସାମ୍ବାଦିକ ପରିଚୟ  ଦେଉଥିବା ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି, ଯାହା ନାମରେ କି ଲୋକଙ୍କୁ ଉସୁକାଇ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ଭିଆଇଥିବା ଅଭିଯୋଗ ହୋଇଛି । ସାମ୍ବାଦିକ ପରିଚୟ ଦେଉଥିବା ସେହି ଯୁବକଙ୍କ ନାମ  ଆଶିଷ କୁମାର ଭୋଇ । ତା ଙ୍କୁ ଗତ କାଲି ପଦ୍ମପୁର ପୋଲିସ ଏକ ଗଣ୍ଡଗୋଳ ଅଭିଯୋଗରେ ଅନ୍ୟ କିଛି ଲୋକଙ୍କର ସହ ଅଟକ ରଖି ଉକ୍ତ ଗଣ୍ଡଗୋଳ ମାମଲାର ତଦନ୍ତ ଚଳାଉଛି ।

ଏଠାରେ ସୂଚନାଯୋଗ୍ୟ ଯେ ତଥାକଥିତ ସାମ୍ବାଦିକ ଆଶିଷ ବାରିହାପାଲି ନିକଟରେ ଗତ କାଲି ହେଇଥିବା ଏକ ସଡକ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କୁ ଉସୁକାଇ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ କରାଇଥିବାର ଅଭଯୋଗ ହୋଇଛି  । ପୂର୍ବରୁ ମଧ୍ୟ ଆଶିଷ ସାମ୍ବାଦିକତା ର ଅଳରେ ବିଭିନ୍ନ ଲୋକଙ୍କୁ ବା ସଂସ୍ଥା ମାନଙ୍କର ଠାରୁ ମୋଟା ଅଙ୍କର ଟଙ୍କା ଅସୁଲ କରୁଥିବାର ଖବର ହୋଇ ଆସୁଥିଲା  । ଏହା ସହିତ ଏହି ମହାନୁଭବ ଜଣେ ଲୋକଙ୍କର ପାଖରୁ ଗୋଟେ କେମେରା ନେଇ ବିକ୍ରି କରି ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା  ।  ଯଦି ଇପରକ୍ତ ଅଭଯୋଗ ର ସତ୍ୟାସତ୍ୟ ଥାଏ, ଏହି ବ୍ୟକ୍ତିଙ୍କ ଆଚରଣ ବା କାର୍ଯ୍ୟକଳାପ ଦ୍ୱାରା ଜନସାଧାରଣଙ୍କ ଅହିତ ସାଧନା ହେଉଥାଏ ତେବେ ସେଭଳି ବ୍ୟକ୍ତିଙ୍କୁ ଅସାମାଜିକ ପ୍ରାଣୀ ଭାବେ ବିବେଚନା କରି କଠିନ ରୁ କଠିନ ଦଣ୍ଡ ଦିଆଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି |  କାରଣ କିଛି ଅସାମାଜିକ ସାମ୍ବାଦିକତା ପେଶାକୁ ବଦ୍ନାମ କରିବାରେ ଲିପ୍ତ ଅଛନ୍ତି, ଯେଉଁମାନଙ୍କ କୁକର୍ମ ପାଇଁ ସାମ୍ବାଦିକତା ପେଶା ଉପରୁ ଆସ୍ଥା ଆଉ ସମ୍ମାନ କମିବାରେ ଲାଗିଛି |  

0
0
0
s2sdefault