ହେଡଲାଇନସ୍:

ପକ୍କା ଅପରାଧି ପାଲଟି ଯାଇଛି ପୁଞ୍ଜିଲାଲ :ଅପରାଧୀଙ୍କୁ ଫେରାର କରାଇବାକୁ କରୁଛି ମାଷ୍ଟର ପ୍ଲାନ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର/Niroj Mishra:ପକ୍କା ଅପରାଧୀ ମାନସିକତା ରଖି ଏଇ ଲୋକଟା କେମିତି ପିଲା ମାନଙ୍କୁ ପାଠ ପଢାଉଥିଲା | ସାମାନ୍ୟ କଥା ପାଇଁ ଦୁଇଟି ଜୀବନ ନେଇଯିବା , ଗୋଟେ ପୁରା ସଂସାରକୁ ଉଜାଡ଼ିଦେବାଭଳି ଜମା କରି ପାରୁଥିବା ଗୋଟେ  ଲୋକ କେବେ ଶିକ୍ଷକ ହୋଇପାରେନା | ସେ ଜଣେ ଅପରାଧ ପ୍ରବଣ ବ୍ୟକ୍ତି| ଆଉ ଗିରଫ ହେବ ପରେ ବି ପଶ୍ଚାତାପ କରିବା କଣ, ତା ଅପରାଧ ପ୍ରବଣତା ଛାଡିପାରୁନାହିଁ ଏ ଯାବତ | ଜେଲରେ ବି ତା ଅପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଛି ପୁଞ୍ଜି ଲାଲ|

 ବହୁ ଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର  ପାଟଣାଗଡ଼ ଜେଲରେ  ୭ ଜଣ ଡ଼କାୟତଙ୍କକୁ ଜେଲ୍ ରୁ ଚମ୍ପଟ୍ ମାରିବାକୁ ଉସୁକାଇଥିବା ଅଭିଯୋଗ ହୋଇଛି  ।  ଡ଼କାୟତ ମାନେ ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ଜେଲ୍ କର୍ମଚାରୀଙ୍କ ହାବୁଡ଼ରେ ପଡି ଯାଇଥିଲେ  ।

ଜେଲ୍ କର୍ତୃପକ୍ଷ ପ୍ରାଥମିକ ତଦନ୍ତରୁ ଏହା ପୁଞ୍ଜିଲାଲ୍ ଙ୍କ କାରନାମା ବୋଲି ଜାଣିବାକୁ ପାଇଛନ୍ତି  । ଅନ୍ୟପକ୍ଷରେ ଘଟଣା ପରେ ପୁଞ୍ଜିଲାଲ ଅନ୍ତେବାସୀମାନଙ୍କୁ ନଖାଇବାକୁ ଉସୁକାଉଥିବା, ଏପରିକି ମାଜିଷ୍ଟ୍ରେଟ  ଆସି ସବୁକଥା ବୁଝିଲେ ଯାଇ ଖାଇବ ବୋଲି ଶିଖାଉଥିବା ସୂଚନା ମିଳିଛି  । 

ଅନ୍ୟପକ୍ଷରେ ଘଟଣା ସାମ୍ନାକୁ ଆସିବା ପରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ପାଟଣାଗଡ଼ ଜେଲ୍ ଅଧିକ୍ଷକଙ୍କୁ ଏ ସଂକ୍ରାନ୍ତୀୟ ରିପୋର୍ଟ ତଲବ କରିଛନ୍ତି  । ଘଟଣାରେ ପୁଞ୍ଜିଲାଲ୍ ର ଭୂମିକା କ’ଣ ରହିଛି  । ସେନେଇ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି  । ରିପୋର୍ଟ ଆସିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ସେ କହିଛନ୍ତି  । 

ପ୍ରକାଶ ଥାଉ କି, ୨୦୧୮ ଫେବୃଆରୀ ୨୩ ତାରିଖରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କର ଜେଜେ ମାଙ୍କ ମୃତ୍ୟୁ  ଘଟିଥିବା ବେଳେ ସୌମ୍ୟଙ୍କ ପତ୍ନୀ ରୀମାରାଣୀ ଗୁରୁତର ଆହତ ହୋଇଥିଲେ  । କଲେଜ ଅଧ୍ୟକ୍ଷ ପଦକୁ ନେଇ ଶତୃତା କାରଣରୁ ପୁଞ୍ଜିଲାଲ୍ ଏଭଳି ଜଘନ୍ୟ କାଣ୍ଡର ମାଷ୍ଟରମାଇଂଡ ବୋଲି ଜଣାପଡିଥିଲା ଓ ତାକୁ ଗିରଫ କରି ଜେଲ ପଠାଇଥିଲା  |

0
0
0
s2sdefault