ହେଡଲାଇନସ୍:

ରାୟଗଡ଼ା ଜିଲ୍ଲା ପୋଲିସକୁ ପୁଣି ଏକ ବଡ଼ ସଫଳତା : ନକଲି ନକ୍ସଲ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ଼ାରୁ ସରୋଜ କୁମାର ସାହୁ

ରାୟଗଡ଼ା ଜିଲ୍ଲା ପୋଲିସ କୁ ମିଳିଛି ପୁଣି ଏକ ବଡ଼ ସଫଳତା ମାଓବାଦୀ ନାଁ ରେ ବିଭିନ୍ନ ଲୋକଙ୍କୁ ଡରେଈ ଧମକାଇ ଚାନ୍ଦା ଆଦାୟ କରିବାରେ ଲିପ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଜି ଏହାର ଫର୍ଦାଫାସ କରି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର । ସୂଚନା ମୁତାବକ କାଶୀପୁର ବ୍ଲକର ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକ କୁପାଖାଲ ଗ୍ରାମର ଠିକାଦାର ଶଙ୍କର ନାୟକଙ୍କୁ ଭାରତ କମ୍ୟୁନିଷ୍ଟ (ମାଓବାଦୀ) ବଂଶଧାରା ଘୁମୁସର ଓ ନାଗାବଳି ଡିଭିଜନର ଲେଟର ପ୍ୟାଡ଼ରେ ସମ୍ପାଦକ ଉମାକାନ୍ତ ନାମ ଥାଇ ତା. ୨୯/୦୮/୨୦୧୮ ରିଖ ଓ ସେହିଭଳି ତା. ୦୮/୧୨/୨୦୧୮ ରିଖ ଥାଇ ଠିକାଦାର ହଳଧର ବାଗ ଙ୍କୁ ଦେଇଥିଲେ ସେଥିରେ ଉଲ୍ଲେଖ କରିଛନ୍ତି ଯେ, ତୁମେ ମାନେ ଅସଦ ଉପାୟରେ ଲୋକଙ୍କୁ ଠକି କୋଟି କୋଟି ଟଙ୍କା ରୋଜଗାର କରିଛ ସେଇଥି ପାଇଁ ଶଙ୍କର ନାୟକଙ୍କୁ ୫୦ ଲକ୍ଷ ଟଙ୍କା ଓ ହଳଧର ବାଗଙ୍କୁ ୭୦ ଲକ୍ଷ ଟଙ୍କା ଦେବାପାଇଁ ସେମାନେ ଦାବି କରିଥିଲେ ନ ହେଲେ ପ୍ରଜାକୋର୍ଟରେ ଦଣ୍ଡ ବିଧାନ କରାଯିବ ବୋଲି କହିଥିଲେ ଏଥି ସହ ଭବାନୀପାଟଣାର ଟୁନୁ ଦାସ ଓ ଶିକରପାଇ ଗ୍ରାମର ଗାନ୍ଧୀ ବାବୁଙ୍କ ଭଳିଆ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ଅତ୍ୟଧିକ ଭୟ ପାଇ ଶଙ୍କର ନାୟକ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ କିନ୍ତୁ ପୋଲିସକୁ ଏହି ବିଷୟରେ କିଛି କହି ନ ଥିଲେ । ହଳଧର ବାଗ କିନ୍ତୁ ଏହି ବିଷୟ ନେଇ ପୋଲିସ ପାଖରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଆଧାର କରି ପୋଲିସ ଗୁରୁତର ସହ ନେଇ ତଦନ୍ତ କରି କାଶୀପୁର ବ୍ଲକ ଅନ୍ତର୍ଗତ ଜଲଖୁରା ଗ୍ରାମର ବଳରାମ ନାୟକ (୩୦), ଭରତ ଓରଫ ଭାପତ ନାୟକ (୨୩), ମାଲିଗାଁ ଗ୍ରାମର ପିଣ୍ଟୁ ଓରଫ ରମେଶ ନାୟକ (୨୬) ଓ ବଲେଖଦାଶ ନାୟକ (୩୦)ଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ନକ୍ସଲ ନାମ ଥାଇ ଲେଟର ପ୍ୟାଡ଼, ପୋଷ୍ଟର, ଅଭିଯୁକ୍ତ ବଳରାମ ନାୟକ ଠାରୁ ଟ. ୧୨୫୮୫୦ ଙ୍କା ଓ ଏକ ହିରୋ ମୋଟର ସାଇକେଲ ନଂ OD18E8495, ବଲେଖଦାଶ ନାୟକ ଠାରୁ ୬୦ ହଜାର ଟଙ୍କା, ଭରତ ନାୟକ ଠାରୁ ଏକ ହଜାର ତିରିଶ ଟଙ୍କା ଓ ହିରୋ ମୋଟର ସାଇକେଲ ନଂ OD18E8221 ଓ ସେହିଭଳି ପିଣ୍ଟୁ ଓରଫ ରମେଶ ନାୟକ ଠାରୁ ମୋଟର ସାଇକେଲ ନଂ OD08A2309 ଜବତ କରିଥିବା ବେଳେ ସମୁଦାୟ ୧ ଲକ୍ଷ ୮୬ ହଜାର ୯୧୦ ଟଙ୍କା, ୫ଟି ମୋବାଇଲ  ଆଉ ତିନୋଟି ମୋବାଇଲ ଫୋନ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର ସୂଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ (ଏସଡିପିଓ) ରାୟଗଡ଼ା ରାଜକିଶୋର ଦାଶ, ଦୀନବନ୍ଧୁ ଶବର ଥାନା ଅଧିକାରୀ ଅଣ୍ଡିରାକଞ୍ଚ ଓ ନରହରି ସାହୁ ଥାନା ଅଧିକାରୀ ଦୋରାଗୁଡା ଉପସ୍ଥିତ ଥିଲେ |

 

0
0
0
s2sdefault