ହେଡଲାଇନସ୍:

 ଟ୍ରକ ତଳେ ଚାପି ହେଇ ବାହାଦୂର ମୃତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାଇକମାଲ :- ଆଜି  ସନ୍ଧ୍ୟା  ପ୍ରାୟ 6 ଘଣ୍ଟା ସମୟ ରେ ପାଇକମାଲ ସ୍ଥିତ ବୈଷ୍ଣବ ଦେବୀ ରାଇସ ମିଲରେ ଏକ ଦୁର୍ଘଟଣା ରେ ମିଲର ବାହାଦୂର ଶ୍ରୀ ଜଙ୍ଗ ବାହାଦୂର ଥାପା ଙ୍କର ମୃତ୍ୟୁ ହେଇଯାଇଛି । ବିଶେଷ ସୂତ୍ରରୁ ଜଣା ପଡ଼ିଛି ଯେ ବାହାଦୂର ଗାଡି ଗୁଡିକ ସାଇଡ କରାଉଥିବା ସମୟରେ ଗୋଟେ ଟ୍ରକ ତାଙ୍କର ବାମ ଗୋଡ ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ବହୁ ପରିମାଣ ରେ ରକ୍ତ ସ୍ରାବ ଯୋଗୁ ମୃତ୍ୟୁ ହେଇଯାଇଥିବା ଅନୁମାନ କରାଯାଉଛି । 

       ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳରେ ପହଂଛି ଅନୁସନ୍ଧାନ କରିବା ସହିତ ପାଇକମାଲ ଥାନାରେ କେଶ ନ 11/2019 ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ଶବ କାଲି ସକାଳେ ପଦ୍ମପୁର ଡାକ୍ତର ଖାନାକୁ  ପଠାଯିବ। 

         

0
0
0
s2sdefault