ହେଡଲାଇନସ୍:

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ - ଗୁରୁବାର ଅପରାହ୍ନ 4ଟା ସମୟରେ ସ୍ଥାନୀୟ ଦୁର୍ଗା ମନ୍ଦିର ନିକଟରେ ଥିବା ବଡ ବନ୍ଧ ପାଣି ଭିତରୁ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଲୋକେ ପୋଲିସ ଓ ଦମକଳ ବହିନୀକୁ ଖବର ଦେବା ପରେ ଦମକଳ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ଶବ ଉଦ୍ଧାର କରିଥିଲେ। ପରେ ଶବ ଟି ନେହେରୁ ଗଲି ସ୍ଥିତ ଚୁଙ୍ଗୀ ମାଝୀ ଙ୍କ ବଡ ପୁଅ ବସନ୍ତ ମାଝୀ(36)ଙ୍କ ବୋଲି ଚିହ୍ନଟ କରାଯାଇଥିଲା । ତାଙ୍କ ବେକ ଓ ମୁଣ୍ଡରେ କଟା ଚିହ୍ନ ଥିବାରୁ କେହି ଜଣେ ତାକୁ ମାରି ପାଣି ଭିତରକୁ ଫିଙ୍ଗି ଦେଇ ଥିବା ପଦ୍ମପୁର ଥାନାରେ ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି । ଆସନ୍ତା କାଲି ପଦ୍ମପୁର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବ ଏବାଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟ ପଦାକୁ ଆସିବ ବୋଲି ପଦ୍ମପୁର ଥାନା ଏସ ଆଇ ସୋମ୍ୟରଂଜନ ପାତ୍ର ପ୍ରକାଶ କରିଛନ୍ତି।

0
0
0
s2sdefault