ହେଡଲାଇନସ୍:

କାହାକୁ ଲାଜନାହିଁ  କି ଅନୁଶୋଚନା ବି ନାହିଁ : ବାରମ୍ବାର ନିରୀହଙ୍କ ମୁଣ୍ଡ ଗଡୁଛି, ହେଲେ ନେତାଙ୍କ ରାଜନୀତି ସରୁନି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 କେତେ ମଲେ ଚେତିବେ ଗାଲେଇ ଥିବା ଶାସନ-ପ୍ରଶାସନ !!!!!

ବଲାଙ୍ଗୀର/ ନିରୋଜ ମିଶ୍ର : ବାରମ୍ବାର ଅଘଟଣ ଘଟୁଛି ଅଘଟଣ | ଅକାରଣରେ ଗଡୁଛି ନିରୀହଙ୍କ ମୁଣ୍ଡ | ଉଜୁଡି ଯାଉଛି ପରିବାର | ତଥାପି ଗାଲେଇ ଯାଇଛନ୍ତି ରାଜନେତା, ପ୍ରଶାସନ ଲାଚାର | ସତରେ କାହା ମୁହଁରେ ଲାଜ ନାହିଁ ଟିକେ, ଅନୁଶୋଚନା ବି ନାହିଁ ଅକାଳରେ ପରାଣ ହରାଉଥିବା ଜୀବନ ଗୁଡିକ ପାଇଁ, ଟିକେ ବି ସମବେଦନା ନାହିଁ ମୃତକଙ୍କ ପରିବାରର ବେଦନା ପାଇଁ | ରାଜନୀତି ଚାଲୁଛି ଲଗାତାର ଭାବେ, ଘୁଂଚି ଘୁଂଚି ଯାଉଛି ବଲାଙ୍ଗୀର ବାଇପାସ ପଦ୍ମ | କିଏ ନିଜ ସ୍ୱାର୍ଥ ଜମି କିଣି  ଜମି ଦ୍ୱାରା ବଢ଼ାଇବା ପାଇଁ ବାଧ୍ୟ କରୁଛି ତ, କିଏ ରାଜନୀତି ପାଇଁ ଫାଇଲକୁ ଶାପସିଢି ଖେଳରେ ତଳ ଉପର କରାଉଛନ୍ତି | କେତେବେଳେ କିଏ କହିଲାଣି ଯେ କେନ୍ଦ୍ର ସରକାର ତାଙ୍କ ଅନୁମୋଦନ କଲେ ଆଉ ସେଥିପାଇଁ ଧନ୍ୟବାଦ କୃତଜ୍ଞତା ବି ଜଣା ଗଲା | ଆଉ କେତେବେଳେ ଚିଠି ଆସୁଛି ଯେ ଜମି ଦ୍ୱାରା ଅଧିକ ହୋଇଯାଇଛି ବୋଲି ଅଟକି ରହୁଛି | ଭୋଟ ଆସିଲେ ବାଇପାସ କଥା ମାନେ ପଡେ, ବାୟୁ ଗଲେ ପେଟ ଉଶ୍ୱାସ ପରି ଜିତିସାରିଲା ପରେ ସବୁ ଭୁଲିଯାନ୍ତି | ହେଲେ କେନ୍ଦ୍ର ରାଜ୍ୟ ସରକାରଙ୍କୁ ସାଧାରଣରେ ପ୍ରଶ୍ନ " କେତେ ଅପାରଗ ଆପଣ ମାନେ"????

ଗୋଟେ ବାଇପାସ ପାଇଁ ନିଷ୍ପତ୍ତି ନେଇ ପାରୁନା !!! କେଇ କୋଟି ତାଙ୍କ ପାଇଁ ଗଡୁଛି ଡଜନ ଡଜନ ଜୀବନ ! ଆଉ ଯଦି ଏହା ପ୍ରଶ କିଛି ବଲାଙ୍ଗୀର ବାସୀଙ୍କୁ,ଜମିର ମୂଲ୍ୟ ବଡ ନା ଦୁର୍ମୁଲ୍ୟ ଜୀବନ !!!! ବିଚାର କରିବାର ବେଳ ଆସିଛି, ଆଉ କୌଣସି ଜୀବନ ଯିବା ଆଗରୁ, ଆଉ କୌଣସି ପରିବାର ଉଜୁଡ଼ିବା ଆଗରୁ | ଦଳମତ ନିର୍ବିଶେଷରେ ଭୋଟ ରାଜନୀତିକୁ ପଛରେ ପକାଇ ଥରଟିଏ ଏକାଠି ଆନ୍ଦୋଳନ କରିବାର ବେଳ ଆସିଛି ବ୍ୟବସ୍ଥା ବିରୋଧରେ | ଆଉ ସବୁ ମନ ଏକ ହେବ ଯାଏ, କେନ୍ଦ୍ର ରାଜ୍ୟ ରାଜନୀତି ଚାଲିଥିବା ଯାଏ ବଲାଙ୍ଗୀର ର ବାଇପାସ ରୂପକ ମରଣ ଯନ୍ତାରେ ଏମିତି ଅନେକ ଜୀବନ ଲୋଟି ପଡିବ |

ସୂଚନାଯୋଗ୍ୟଯେ  ବଲାଙ୍ଗୀର ସହରର ଶିବ ମନ୍ଦିର ଛକରେ ଶୁକ୍ରବାର ରାତି ପ୍ରାୟ ୧୧ଟା ରେ ଜଣେ ବାଇକ ଆରୋହୀଙ୍କୁ ଏକ ମାଲ ବୋଝେଇ ଟ୍ରକ ଚାପି ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ଗାନ୍ଧୀ ନଗରପଡାର ଗୋପାଳ ମିଶ୍ର। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ସହ ଅନ୍ୟ ଏକ ଟ୍ରକକୁ ଜାଳି ଦେଇଛନ୍ତି।  ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଦମକଳ ସହ ପହଂଚି  ଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ନିଆଁ ଲିଭାଇବାକୁ ଛାଡ଼ି ନ ଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଟ୍ରକରେ ଲାଗିଥିବା ନିଆଁକୁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀଙ୍କୁ ଛଡ଼ା ଯାଇଥିଲା। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଶହଶହ ଗାଡିମୋଟର  ଅଟକ ରହିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିପାରିନାହିଁ ।  ଏହି ଆନ୍ଦୋଳନରେ ଯୁବ କଂଗ୍ରେସ ଓ ବଲାଙ୍ଗୀର ଆକ୍ସନ କମିଟି କର୍ମକର୍ତ୍ତା ସାମିଲ ହୋଇ ବାଇପାସ୍‌ ରାସ୍ତା ନିର୍ମାଣ ଦାବି କରିଛନ୍ତି। ସହରର ଏକ ମହିନ୍ଦ୍ରା ଶୋରୁମ୍‌ରେ କାମ କରୁଥିବା ଗୋପାଳ ନିଜ ବାଇକରେ ଘରକୁ ଫେରୁଥିବା ବେଳେ ବରଗଡ଼ ପଟୁ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ତାଙ୍କୁ ସାମନା ପଟୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା ଉପରେ ଛିଟିକି ପଡିବା ସହ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।  

0
0
0
s2sdefault