ହେଡଲାଇନସ୍:

ବିଶିଷ୍ଟ ଶ୍ରମିକନେତା ଦ୍ୱାରିକା ମୋହନ ମିଶ୍ରଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ବିଶିଷ୍ଟ ଶ୍ରମିକ ନେତା, ଜଣାଶୁଣା ଆଧ୍ୟାତ୍ମିକ ସଂଗଠକ ତଥା ସାଇ ସାଧକ ଶ୍ରୀ ଦ୍ୱାରିକା ମୋହନ ମିଶ୍ରଙ୍କ ଧର୍ମପତ୍ନୀ ଆହ୍ଲାଦିନୀ ମିଶ୍ରଙ୍କ ଆଜି ସକାଳେ ଭୁବନେଶ୍ୱର ଗଜପତି ନଗର ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି | ଶେଷନିଃଶ୍ୱାସ ତ୍ୟାଗ କଲାବେଳକୁ  ତାଙ୍କୁ ୭୯ ବର୍ଷ ହୋଇଥିଲା | ସେ ଜଣେ ଧର୍ମପ୍ରାଣା ଅଧ୍ୟାତ୍ମବାଦୀ ମହିଳା ଥିଲେ |  ତାଙ୍କର ଦୁଇପୁଅ ଓ ୭ ଝିଅ | 

ଶ୍ରୀମତୀ ମିଶ୍ର ଢେଙ୍କାନାଳ ନୂଆ ଶାସନରେ ୧୯୪୦ରେ ଜନ୍ମ ହୋଇଥିଲେ | ଜଣେ ସଂସ୍କାରୀ ତଥା ଧର୍ମପ୍ରାଣା ମହିଳା ଭାବେ ଜଣାଶୁଣା ସ୍ବର୍ଗତାଃ ଶ୍ରୀମତୀ ମିଶ୍ର ସାରା ଜୀବନ ନିଜକୁ ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିୟୋଜିତ କରି ରଖିଥିଲେ |  ବାଳିକା ଶିକ୍ଷାର ପ୍ରସାର କ୍ଷେତ୍ରରେ ତାଙ୍କ ବେଶ ଗୁରୁତ୍ୱପୂର୍ଣ ଥିଲା |  ନିଜ ଜୀବନ କାଳରେ ତାଳଚେରରେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ଉକ୍ତ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଭାବେ କାର୍ଯ୍ୟ ତୁଲାଇବା ସହ ନାରୀ କଲ୍ୟାଣ ସମିତି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ | ଢେଙ୍କାନାଳର କପିଳାସ ପାଦଦେଶରେ ସ୍ଥିତ ଦ୍ଵିତୀୟ ସିରିଡ଼ି ଭାବେ ଜଣାଶୁଣା ଶ୍ରୀ ଦତ୍ତାତ୍ରେୟ ସାଇ ଆଶ୍ରମର ସେ ସହ ପ୍ରତିଷ୍ଠାତ୍ରୀ ଭାବେ  ଶେଷନିଃଶ୍ୱାସ  ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ | ତାଙ୍କ ମୃତ୍ୟୁ ଖବର ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଜପତି ନଗରସ୍ଥିତ ବାସଭବନଠାରେ ପହଂଚି ସ୍ବର୍ଗତାଃ ମିଶ୍ରଙ୍କ ଶେଷ ଦର୍ଶନ କରିଥିଲେ | ଆଜି ସନ୍ଧ୍ୟାରେ ସତ୍ୟନଗର ସ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହେବ ବୋଲି ସ୍ବର୍ଗତାଃ ମିଶ୍ରଙ୍କ ଜାମାତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ସୂଚନା ଦେଇଛନ୍ତି | 

0
0
0
s2sdefault