ହେଡଲାଇନସ୍:

ପାଇକମାଲ ପୋଲିସକୁ ବଡ ସଫଳତା ଧରା  ପଡିଲେ 2 ସନ୍ଦିଗ୍ଧ ATM ଲୁଟେରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ଗୌରାଙ୍ଗ ଦାଶ  

ବରଗଡ ଜିଲ୍ଲାର ପାଇକମାଲ ରେ ଥିବା ୟୁକୋ  ବ୍ୟାଙ୍କ ଏଟିଏମ ଲୂଟ ଉଦ୍ୟମ ମାମଲାରେ ଆଜି ପାଇକମାଲ ପୋଲିସ 2 ସନ୍ଦିଗ୍ଧ ଯୁବକ ଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ରାତି ଆଜି ଭୋର ରୁ ପାଇକମାଲ ୟୁକୋ  ବ୍ୟାଙ୍କ ନିକତସ୍ତ ଏଟିଏମ କୁ କିଛି ଯୁବଜ ଲୂଟ ଜରିବା ଉଦ୍ୟେଶ ରେ ଆସି ଏଟିଏମ ମେସିନ କୁ ଭଙ୍ଗାରୁଜା କରି ଏଟିଏମ ରେ ବ୍ୟବହାର କରାଯାଉଥିବା ବେଟ୍ରି ଓ ସିସିଟିଭି  କେମେରା ନେଇଯାଇଥିଲେ । ଲୂଟ ଘଟଣା ର ଖବର ପାଇବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ତୁରନ୍ତ ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଥିଲେ ।ସିସିଟିଭି ଫୁଟେଜ ରୁ ଜଣା ପଡିବା ପରେ ପାଇକମାଲ ପୋଲିସ ସନ୍ଦିଗ୍ଧ ଯୁବକ ଦ୍ବୟ ଙ୍କୁ ଖୋଜି ବାହାର କରି ସେମାନଙ୍କର ନିକଟରୁ 6 ଗୋଟି ବେଟ୍ରି 3 ଗୋଟି ସିସିଟିଭି କେମରା ଏଟିଏମ ମେସିନ ଭାଙ୍ଗିବା ପାଇଁ ବ୍ୟବହାର କରାଯାଇଥିବା ସରଞ୍ଜାମ ଜବତ କରି ଥିଲେ । ଅଧିକ ତଦନ୍ତ ପାଇଁ ପୋଲିସ ଅଭିଯୁକ୍ତ ମନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । 

ୟୁକୋ  ବ୍ୟାଙ୍କ ର ମ୍ୟାନେଜର ଙ୍କର ଲିଖିତ ଅଭିଯୋଗ ପରେ ପାଇକମାଲ ପୋଲିସ ଏଏସଆଇ  ଶ୍ରୀ ସୁନୀଲ କୁମାର ଦାସ କେଶ ନ 199/18 ଧାରା 379 ipc 4 ପି ଡି ପି ପି ଆକ୍ଟ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।ତେବେ ଖୁସିର କଥା ଯେ ପାଇକମାଳ ପୋଲିସ୍କୁ ଯେତେ ପ୍ରଶଂସା କଲେ ବି କାମ ହେବ |  ଲୂଟ ଉଦ୍ୟମ ର କେଇ ଘଣ୍ଟା ମଧ୍ୟରେ ପାଇକମାଲ ପୋଲିସ ଅପରାଧୀ ମାନଙ୍କୁ ଧରିବା ସହିତ ଲୁଟ  ସାମଗ୍ରୀକୁ ଜବତ କରିବାରେ ସଫଳ ହେଇଛି ।

0
0
0
s2sdefault