ହେଡଲାଇନସ୍:

କି ଅମଣିଷ ଏଗୁଡା, ମଣିଷଟାକୁ  ଜିଅନ୍ତା ଜାଳି ଦେଇଥିଲେ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ନିରୋଜ ମିଶ୍ର : ବଲାଂଗୀର ପୋଲିସ କୁ ନିହାତି ଭାବେ ସଫଳତା ମିଳିଛି ପାନଦୋକାନିଙ୍କୁ ଜାଳିଦେବା  ମାମଲାରେ | ଆଇନ୍ ମହାବିଦ୍ୟାଳୟ ପାଖରେ ପାନ ଦୋକାନୀ ଜୀବନ୍ତ ଦଗ୍ଧ ଘଟଣାରେ ପୋଲିସ 2 ଜଣଙ୍କୁ ଗିରଫ କରିଛି । ଗତ ୨୭ ତାରିଖରେ ଜଣେ ପାନ ଦୋକାନୀ ନିଜ ଦୋକାନରେ ଶୋଇଥିବା ବେଳେ ଦୋକାନ ସହ ଜଳିଯାଇଥିଲେ । ଯାହାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ ।

ବଲାଙ୍ଗୀର ଆଇନ୍ ମହାବିଦ୍ୟାଳୟ ପାଖରେ ମଲପଡାର ସୁରଜ ଖେତି ପାନ ଓ ଚାହା ଦୋକାନ ଖୋଲିଥିଲେ । ସେଠାରେ ଦୁଇ ଜଣ ଅଭିଯୁକ୍ତ ମଧ୍ୟରୁ ଅଶୋକ ମେହେର ବେଆଇନ ଭାବରେ ନିଶା କାରବାର ଚଳାଇଥିଲେ । ଏନେଇ ପୋଲିସ ପାଖରେ ଅଭିଯୋଗ କରିଥିଲେ ସୁରଜ । ଘଟଣାର ମାସେ ପୂର୍ବରୁ ଅଶୋକ ମେହେର ପୋଲିସ ଦ୍ଵାରା ଗିରଫ ହୋଇ ଜେଲ ଯାଇଥିଲେ ।

ସେ ଜେଲରୁ ଫେରିବା ପରେ ସୁରଜ ସହ ଗଣ୍ଡଗୋଳ କଲା ଏବଂ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ତେବେ ଗତ ୨୭ ଡିସେମ୍ବର ରାତିରେ ସୁରଜ ଦୋକାନରେ ଶୋଇଥିବା ବେଳେ ଅଶୋକ ମେହେର ଓ ଅରୁଣ ନାଏକ ପେଟ୍ରୋଲ ଢ଼ାଳି ଦୋକାନର ବାହାର ପଟୁ ନିଆଁ ଲଗାଇଥିଲେ । ଯାହାଫଳରେ ସୁରଜ ଜିଅନ୍ତା ଜଳିଯାଇ ପ୍ରାଣ ହରାଇଥିଲେ । ତେବେ ପୋଲିସ ଏବାବଦରେ ତଦନ୍ତ କରି ଏହି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହାସହ ବେଆଇନ ନିଶା କାରବାର ଯୋଗୁଁ ଏହି ହତ୍ୟାକାଣ୍ଡ ଘଟି ଥିବାର ପୋଲିସ ସ୍ପଷ୍ଟ କରିଛି 

0
0
0
s2sdefault