ହେଡଲାଇନସ୍:

ଧଉଁରମୁଣ୍ଡାରେ ହାତୀ ଉପଦ୍ରବ, ପ୍ରଶାସନ ନିରବଦ୍ରଷ୍ଟା। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା/ଶାସକପ୍ରଶାସକ- ଗତ କିଛି ଦିନ ହେଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଟାଲ, ଦୁବୁଲାବାହାଲ ଓ ଇଚ୍ଛାପାଲି ଅଞ୍ଚଳରେ ହାତୀପଲ ଉପଦ୍ରବ କରୁଛନ୍ତି । ଗତ ରାତିରେ ହାତୀପଲ ଆସି ଧଉଁରାମୁଣ୍ଡା ର ଜୟରାମ ସାହୁଙ୍କ ୪୦ ପାକେଟ ଧାନ ଖାଇଦେବା ସହିତ ୩ ଏକର ଧାନ ଫସଲ ନଷ୍ଟ କରିଦେଇଛନ୍ତି । ଏହା ସହିତ ଚିତ୍ରସେନ ସାହୁଙ୍କ ୩ ଏକର ଧାନ ଫସଲ, ଉଗ୍ରସେନ ସାହୁଙ୍କ ୪ ଏକର ଏବଂ ଅକ୍ରୁର ସାହୁଙ୍କ ୫ ଏକର ଧାନ ଫସଲ ନଷ୍ଟ କରିଦେଇଛନ୍ତି । ବନବିଭାଗ କର୍ମଚାରୀଙ୍କୁ ଏବିଷୟରେ ସୂଚନା ଦେଇଥିଲେ ମଧ୍ୟ କେହି ଉକ୍ତ ସ୍ଥାନକୁ ଆସିନାହାନ୍ତି‌ । ଏଥିପାଇଁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବନବିଭାଗ ସବୁ ଜାଣି ମଧ୍ୟ କିଛି କରୁନାହାନ୍ତି ।

0
0
0
s2sdefault