ହେଡଲାଇନସ୍:

ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ, ପଦ୍ମପୁର ଅଂଚଳରେ ଶୋକର ଛାୟା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/Nila Deep- ପଦ୍ମପୁର ସହରର ଜଣାଶୁଣା ବ୍ୟବସାୟୀ ତଥା ବିଜେପି ଦଳର ସକ୍ରିୟ କର୍ମୀ କିଶୋର ସାହୁ(୪୯) ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାଯୋଗ୍ୟ ଯେ ଚଳିତ ମାସ ୮ ତାରିଖ ସନ୍ଧ୍ୟାରେ ସ୍ୱର୍ଗତ ସାହୁ ନିଜ ହୋଟେଲରୁ ରାଜରାସ୍ତାକୁ ବାହାରିଥିବା ବେଲେ ଏକ ଯୁବକ ଦ୍ରୁତଗତିରେ ମୋଟରସାଇକେଲରେ ଆସି ତାଙ୍କୁ ଧକ୍କା ଦେବାଫଳରେ ସେ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତି କରାଯାଇ ଅସ୍ତ୍ରୋପଚାର  କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କୁ ବୁର୍ଲା ନିଆଯାଉଥିବା ବାଟରେ  ମୃତ୍ୟୁ ହୋଇଥିଲା । ତାଙ୍କ କନିଷ୍ଠ ଭାଇ ଦିଲ୍ଲୀପ ସାହୁ ମୁଖାଗ୍ନି ଦେଇଥିଲେ । ମୁଖାଗ୍ନି ଦେବା ସମୟରେ ତାଙ୍କ ଆତ୍ମୀୟସଜନ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁରେ ବିଧାୟକ ପ୍ରଦୀପ ପୁରୋହିତ ଗଭୀର ଶୋକପ୍ରକାଶ କରିଛନ୍ତି ।

0
0
0
s2sdefault