ହେଡଲାଇନସ୍:

ବିଦେଶୀ ମଦ ଜବତ, ଜଣେ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର(ସିଦ୍ଧାର୍ଥ ଦାଶ)  ରାୟଗଡା ଜିଲ୍ଲା ଗୁଣପୁର ଅବକାରୀ ବିଭାଗ ପକ୍ଷରୁ ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗ୍ରାମବାସୀଙ୍କ ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିଦେ୍ର୍ଧଶ କ୍ରମେ ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରାଙ୍କ ତତ୍ତ୍ୱାବଧନରେ ଗୁଣପୁର ଅବକାରୀ ଅଧିକାରୀ ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ୱରେ ଉକୁମ୍ବା ପଞ୍ଝାୟତର ସୂନ୍ଦରୀଗୁଡା ଗ୍ରାମରେ ଚଢ଼ାଉ କରି ଲିମାଇ ଶବର  ନିକଟରୁ ୧୯୨ ଟି ବିଦେଶୀ ମଦ ଜବତ କରାଯାଇଛି । ଆନ୍ଦ୍ର ପ୍ରଦେଶର ତିଆରି ବିଦେଶୀ ମଦ ୧୮୦ ମିଲି ଲିଟର ଲେଖାଏ ସମୁଦାୟ ୩୪,୫୬୦ ଲିଟର ଜବତ କରାଯାଇଥିବା ସୂଚନା ମିଳିଛି । ଏହି ଚଢ଼ାଉ ସମୟରେ  ଅବକାରୀ ସିପାହୀ ଭରତ ପାଣିଗ୍ରାହୀ, ରାଶି ନାୟକ, ସଂଗ୍ରାମ ପ୍ରଧାନ, ପାଲାକା ଆପାୟା, କରୁଣା ପାତ୍ର ଓ ଯଶବନ୍ତି ଶବର ପ୍ରମୁଖ ସହଯୋଗ କରିଥିଲେ । ଏହି ଗ୍ରାମଟି ଉପାନ୍ତ ଅଞ୍ଝଳ ହୋଇଥିବାରୁ ଓଡିଶାର କିଛି ମଦ ମାଫିଆ ଏହାକୁ ଆଣି ଓଡିଶାରେ ବିକ୍ରି କରୁଥିବା ଅଭିଯୋଗ ପାଇ ପ୍ରଶାସନ ନେଇଥିବା ଏଭଳି ପଦକ୍ଷେପକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । ଆନ୍ଦ୍ରାରୁ ପ୍ରତିଦିନ ଆମଦାନୀ କରାଯାଉଥିବା ଏଭଳି ନିତ୍ୟପ୍ରତି ବ୍ୟବସାୟୀକୁ ରୋକା ନଯାଏ ତେବେ ଆଗାମୀ ଦିନରେ ଓଡିଶା ବହୁ ରାଜସ୍ୱ କ୍ଷତି ସହିବ ଏଥିରେ ଦ୍ୱୀମତ ନାହି । 

0
0
0
s2sdefault