ହେଡଲାଇନସ୍:

ବଡ ଗାଁ ନିକଟରେ ବାଇକ-ଟାଟା ସୁମୋ ଧକ୍କା : ୩ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସୋମବାର ରାତିରେ ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ବଡଗାଁ ନିକଟରେ ବାଇକ ଟାଟା ସୁମୋ (ଓ.ଡି-୧୧ଇ ୦୯୦୪) ଧକ୍କାରେ ୩ ଜଣ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି । ବାଇକରେ ୩ ଜଣ ରାୟଗଡା ପଟୁ ପାରଳାଖେମୁଣ୍ଡି ଯାଉଥିବା ସମୟରେ ଆରପଟୁ ଆସୁଥିବା ସୁମୋ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାଇକଟି ସମ୍ପୁର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ଜଣେ ଲୋକ ଜାବନ୍ତ ଜଳିଯାଇଛି । ଘଟଣାସ୍ଥଳରେ ଉତେଜନା ଲାଗିରହିଥିଲା । ଥାନା ଇଲାକା ଚିହ୍ନଟ ପାଇଁ ରାୟଗଡ ଓ ଗୁରାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

0
0
0
s2sdefault