ହେଡଲାଇନସ୍:

ପୁଅ ବିବାହରେ ବାପା ଅସନ୍ତୁଷ୍ଟ,ବୋହୂଙ୍କ ସଂପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲରୁ ଯଶୋବନ୍ତ ସାହୁ :ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ବାରବାଙ୍କ ଗ୍ରାମରେ ଗତରାତି ପୁଅର ବାହାଘର ରେ ଅସନ୍ତୁଷ୍ଟ ହୋଇ ବାପା ବୀର ଶବର(55)  ବୋହୁ ଙ୍କ ଭିଣାଇ ଦେବେନ୍ଦ୍ର ଶବର(30) ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହେଇଛି l ଦେବେନ୍ଦ୍ର ଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବୀର ଶବର କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରି ବସନ୍ତ କୁମାର ଦଳାଇ କହିଛନ୍ତି l ପୁଲିସ ସୂତ୍ର ରୁ ପ୍ରକାଶ ବୀର ଶବର ଙ୍କ ପୁଅ ଗୌତମ ଗତ କିଛି ଦିନ ପୂର୍ବରୁ ଦେବେନ୍ଦ୍ର ଙ୍କ ଶାଳି ଙ୍କୁ ବିବାହ କରିଥିଲେ l ଏହି ବିବାହ ରେ ବିର ଶବର ଅସନ୍ତୁଷ୍ଟ ଥିବା ବେଳେ,ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବିଭିନ୍ନ ସମୟ ରେ ଗିଲିଗୁଲଜ ହେଉଥିଲେ l ଗତ ରାତି ବାରବାଙ୍କ ଗ୍ରାମରେ ଲକ୍ଷ୍ମୀପୂଜା ଭସାଣି ଯାତ୍ରା ଚାଲିଥିଲା l ଭସାଣି ବେଳେ ବିରଓ ଦେବେନ୍ଦ୍ର ଙ୍କ ମଧ୍ୟରେ ହଠାତ ଗଣ୍ଡଗୋଳ ହୋଇଥିଲା l ଏଥିରେ ବୀର ଘରୁ ଏକ ଟାଙ୍ଗୀଆ ଆଣି ଦେବେନ୍ଦ୍ର କୁ ଆକ୍ରମଣ କରିଥିଲା l ଆକ୍ରମଣ ରେ ଦେବେନ୍ଦ୍ର ଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା ତାଙ୍କୁ ପରିବାର ଲୋକେ ରେଢ଼ାଖୋଲ ଡ଼ାକ୍ତର ଖାନା ନେଇଥିଲେ l

0
0
0
s2sdefault