ହେଡଲାଇନସ୍:

୭ ଡକାୟତ ଗିରଫ : ଦେଶୀ ବନ୍ଧୁକ,ଜୀବନ୍ତ ଗୁଳି ସହ ୪ ବାଇକ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର/NIROJ MISHRA -ଗତ ୨୧ ତାରିଖ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ତୁଷୁରା ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀ ମାନଙ୍କ ସହ ଦେଓଗାଁ ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ କିଛି ଯୁବକ ସନ୍ଦିଗ୍ଧ ଭାବେ ଦେଓଗାଁ ହାଇସ୍କୁଲ ପଡିଆ ପାଖରେ ଡକାୟତି ପାଇଁ ଯୋଜନା କରୁଥିବାର ଖବର ପାଇ ଚଢାଉ କରିଥିଲେ । ଚଢାଉ ସମୟରେ ଆନ୍ତଃରାଜ୍ୟ କୁଖ୍ୟାତ ଡକାୟତ ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି । ସେମାନଙ୍କ ପାଖରୁ ଏକ ଦେଶୀ ପିସ୍ତଲ, ଜୀବନ୍ତ ଗୁଳି ସହ ଅନ୍ୟାନ୍ୟ ମାରଣାସ୍ତ୍ର ପୁଲିସ ଜବତ କରିଛି । ସେମାନେ ଜିଲାର ମୁରିବାହାଲ, ଟିଟିଲାଗଡ, ବେଲପଡା, କଣ୍ଟାବାଞ୍ଜି, ତୁଷୁରା ଇଲାକାରେ ଅପରାଧ କରିବାର ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିବା ସୂଚନା ଦେଇଛି । ଏମାନେ ନୂଆଁପଡା ଜିଲାରେ ଅପରାଧ କରିଥିବା ସ୍ୱୀକାର କରିଥିବା ବେଳେ ଛତିଶଗଡ,ମଧ୍ୟପ୍ରଦେଶ ତଥା ଆନ୍ଦ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଅପରାଧ ଘଟାଇଥିବା କହିଛି । ଅପରାଧିମାନଙ୍କ ମଧ୍ୟରେ ମୁରିବାହାଲ ବଡସାଇମରାର ତନୁ ଓରଫ ତନୁରାଜ ମହାନନ୍ଦ,କଣ୍ଟାବାଞ୍ଜିର ପ୍ରଦ୍ୟୁମ୍ନ ବହିଦାର ଓରଫ ମିଲୁ,ବେଲପଡାର ହରିଶ୍ଚନ୍ଦ୍ର ବୁଡେକ,ତୁଷୁରା କରୁଆଁଝର ଗ୍ରାମର କିଶୋର ଚନ୍ଦ୍ର ଭୋଇ,ତୁରେଇକେଲାର ଚୁଟି ଓରଫ ପରୀକ୍ଷିତ ନାଗ,ବଡସାଇମରାର ବନମାଲି ଓରଫ ସାହିଲ ତାଣ୍ଡି,ବଲାଙ୍ଗିର ସାଗରପଡାର ରାଜୁ ଓରଫ ଜୟ ପଣ୍ଡା ବୋଲି ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ କ୍ଷୀରସାଗର ନାଏକ ସୂଚନା ଦେଇଛନ୍ତି । ଏହା ସହ ପୁଲିସ ଚାରିଗୋଟି ମୋଟର ସାଇକେଲ,ପେସନ ପ୍ରୋ ସିଜି ୦୪ଏଚଏଲ ୭୭୮୧,ବଜାଜ ଡିସ କଭର ଓଡି ୦୩ ଏ ୮୯୭୪,ହୋଣ୍ଡା ୟୁନିକନ ଓଆର ୧୦ ଜି ୦୯୫୬ ସହ ଏକ ନମ୍ବର ବିହୀନ ହୋଣ୍ଡା ସାଇଜନ,୩ଟି ଟର୍ଚ୍ଚ ଲାଇଟ ସହ ଏକ ଭୂଜାଲି ଜବତ କରିଛି ।

0
0
0
s2sdefault