ହେଡଲାଇନସ୍:

ବେଆଇନ ଗାଡି ପାର୍କିଂ ନେଉଛି ଜୀବନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରାସାହିରେ ସିରିଜ ଦୁର୍ଘଟଣା : ଜଣେ ମୃତ ଜଣେ ଗୁରୁତର ଆହତ

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥର ଟଣ୍ଟ ନିକଟରେ ଏକ ମର୍ମତୁଦ ସଡକ ଦୁର୍ଘଟଣା ଘଟି ଯାଇଛି। ଆଜି ସକାଳ ୯ଟା ସମୟରେ କୋଇଡା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ହାଇୱା ଟ୍ରକର ଆଗ ଚକ ଫାଟିଯିବାରୁ ଅଣାୟତ ହୋଇ ରାସ୍ତା କଡ଼ରେ ବେଆଇନ ଭାବେ ଛିଡା ହୋଇଥିବା ୩ଟି ଟ୍ରଲର ଟ୍ରକକୁ ଧକ୍କା ଦେଇ ଓଲଟି ପଡିଥିଲା। ଗୋଟିଏ ଟ୍ରକରେ ଡ୍ରାଇଭର ଶୋଇଥିବା ଅବସ୍ଥାରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଖବର ପାଇ ବଡ଼ବିଲ ଥାନା ପୋଲିସ ଓ ଅଗ୍ନିଶମ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତ ଓ ମୃତକଙ୍କୁ ବଡ଼ବିଲ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ମୃତକ ଟ୍ରକ ଡ୍ରାଇଭର ଦେଗାନ ଯାଦବ ହଜ଼ାରିବାଗ ଓ ଆହତ ହବିବ ଆନସାରୀ ଝାଡ଼ଖଣ୍ଡ ଗିରିଡି ଜିଲ୍ଲା ବାଗୋଡ଼ା ଅଂଚଳର ବୋଲି ଜଣାପଡିଛି। ପ୍ରକାଶ ଥାଉକି ଖଣି ଅଂଚଳରେ ଚାଲୁଥିବା ଟ୍ରକ ସବୁ ଘଣ୍ଟା ଘଣ୍ଟା ଧରି ଜାତୀୟ ରାଜପଥରେ ବେଆଇନ ପାର୍କିଂ କରିବା ଦ୍ୱାରା ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି।

0
0
0
s2sdefault