ହେଡଲାଇନସ୍:

ଲଭ ସେକ୍ସ ଆଉ ଧୋକା........

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିବାହର ପ୍ରଲୋଭନ ଦେଖାଇ ପ୍ରେମିକାକୁ ପ୍ରତାରଣା : ପ୍ରେମିକ କୋର୍ଟଚାଲାଣ

JAJPUR (ବ୍ୟୁରୋ ଚିଫ୍ ଜୟଶଙ୍କର ଦାଶ): ଆଜିକାଲି ସମାଜରେ ଝିଅମାନଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ ଓ ଧୋକ୍କା ବଢ଼ିଚାଲିଛି । ପ୍ରତ୍ୟେକ ଦିନ ଖବରକାଗଜ, ଟିଭି ମାଧ୍ୟମରେ ଏସବୁ ଘଟଣା ଘଟୁଥିବା ଜାଣିବାକୁ ମିଳୁଥିବାବେଳେ ତଥାପି ସଚେତନ ହେଉନାହାନ୍ତି ଯୁବପିଢ଼ି । ଏହା ଏକ ମାନସିକ ରୋଗ ଭଳି ଗ୍ରାସ କରୁଛି । ଯାହା ପାଇଁ ପ୍ରତିଦିନ ଏମିତି ଘଟଣା ଘଟିଚାଲିଛି । ପୁଅମାନେ ଝିଅମାନଙ୍କୁ ମିଥ୍ୟା ଓ ବିବାହର ପ୍ରଲୋଭନ ତଥା ବିଭିନ୍ନ ଆଳ ଦେଖାଇ ତାଙ୍କର ବିଶ୍ୱାସ ଭାଜନ ହୋଇ ପରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି । ପରେ ପ୍ରତାରଣାର ଶିକାର ହେଉଛି ବିଚରା ଝିଅଟିଏ । ଏମିତି ଏକ ଘଟଣା ଘଟିଛି ରାଉରକେଲାର ଉଦିନଗର ଅଞ୍ଚଳରେ । ୨୦୧୭ ମସିହାରେ ମହାରାଷ୍ଟ୍ରର ଭେରକ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡରେ କ୍ୱାଲିଟି ଟେଷ୍ଟ କରିବା ପାଇଁ ନିଯୁକ୍ତି ପାଇଥିଲେ ୨୪ ବର୍ଷୀୟା ସୋନି(ଛଦ୍ମନାମ) । ସେହି କମ୍ପାନୀରେ ମେସିନ ପ୍ରଡକ୍ସନ ବିଭାଗରେ କାର୍ଯ୍ୟ କରୁଥିବା ଅନୁପଜ୍ୟୋତି ମହାରଣାଙ୍କ ସହ ସୋନିର ଦେଖା ହୋଇଥିଲା । ପରବର୍ତ୍ତୀ ସମୟରେ ଫୋନରେ   କଥା ହେଉ ହେଉ ଉଭୟଙ୍କ ମଧ୍ୟରେ ଭଲପାଇବା ଆରମ୍ଭ ହୋଇଥିଲା । ଅନୁପ ନିଜକୁ ଖଣ୍ଡାୟତ ଘରର ପୁଅ କହି ସୋନିକୁ ବିବାହର ପ୍ରତିଶ୍ରୁତି ଦେବା ସହ ତା'ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା । ୩ ମାସ ସମ୍ପର୍କ ପରେ ଦିନକୁ ଦିନ ଅନୁପ ସୋନିଠାରୁ ଦୂରେଇ ରହିବାକୁ ଲାଗିଲା । ଏମିତିକି ତାଙ୍କ ଫୋନକୁ ରିଜେକ୍ଟ, ବିଜି ଟୋନ୍, କଲ ଡାଇଭର୍ଟ ଏବଂ ସୁଇଚ୍ ଅଫ୍ କରିଦେଇଥିଲା । ସୋନି ବାଧ୍ୟ ହୋଇ ତାଙ୍କୁ କମ୍ପାନୀରେ ଦେଖା କରି ପଚାରିବାରୁ ଅନୁପ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମଧ୍ୟ ମାରିଥିଲା । ଏବଂ କହିଥିଲା ତୁ ମୋର ପସନ୍ଦ ନୁହେଁ ମୁଁ ଆଉ ଗୋଟେ ଝିଅକୁ ବାହା ହେବି । ତୁରନ୍ତ ମୋର ରାସ୍ତାରୁ ହଟିଯା । ଯଦି ନ ହଟିବୁ ତୋତେ ମୁଁ ଜୀବନରୁ ମାରିଦେବି । ଏଣୁ ଶୀଘ୍ର କମ୍ପାନୀ ଛାଡ଼ି ଓଡ଼ିଶା ପଳାଇ ଆସିଥିଲା | । ଏହା ପରେ ପୀଡ଼ିତା ବାଧ୍ୟ ହୋଇ ନିକଟସ୍ଥ ୱାଲୁନ୍ ଥାନାର ଦ୍ୱାରସ୍ଥ ହୋଇଥିଲେ । କୌଣସି ସୁଫଳ ନ ମିଳିବାରୁ ସେ ଏସିପି କମିଶନରଙ୍କ ଦ୍ୱାରସ୍ଥ ହେବା ପରେ ଏଫ୍ଆଇଆର ନଂ ୦୪୦୯/୧୮ ତା ୪.୧୦.୨୦୧୮ରେ ଦଫା ୩୭୬, ୩୨୩ ଓ ୫୦୭ରେ ଅଭିଯୁକ୍ତକୁ ପୋଲିସ କମ୍ପାନୀରୁ ଗିରଫ କରି କୋର୍ଟଚାଲାଣ କରିଛି ।

0
0
0
s2sdefault