ହେଡଲାଇନସ୍:

ନୟାଗଡ଼ : ବନ୍ଧୁକ ବିକ୍ରି ଅଭିଯୋଗରେ  ଅଟୋ ଡ୍ରାଇଭର ଗିରଫ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡ଼/Biswajit Nayak ‐ବନ୍ଧୁକ ବିକ୍ରି ଅଭିଯୋଗରେ ନୟାଗଡ଼ ସହରରେ ରହୁଥିବା ଜଣେ ଅଟୋ ଡ୍ରାଇଭରଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ନୟାଗଡ଼ ଏନ୍‌ଏସି ଯଦୁମଣି ନଗରର ଦୀପକ କୁମାର ବସନ୍ତରାୟ। ମିଳିଥିବା ସୂଚନା ଅନୁସାରେ, ଦୀପକ କେନ୍ଦ୍ରାପଡ଼ାରୁ ବନ୍ଧୁକ ଆଣି ନୟାଗଡ଼ ସହରରେ ବିକ୍ରି କରନ୍ତି । ଏ ନେଇ ପୋଲିସ ତଦନ୍ତ କରିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ସେ ଏକ ବନ୍ଧୁକ ବିକ୍ରି କରିବେ ବୋଲି ଜାଣିବାକୁ ପାଇଥିଲା। ସନ୍ଧ୍ୟା ୭ଟାରେ ରତନପୁର ଦେବର୍ତ୍ତାପଲ୍ଲି ରାସ୍ତାରେ ଦୀପକ ଛିଡ଼ା ହୋଇ ଗ୍ରାହକଙ୍କୁ ଅପେକ୍ଷା କରିଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ଦୀପକଙ୍କ ଠାରୁ ଏକ ୯ ଏମ୍‌ଏମ୍‌ର ବିଦେଶୀ ବନ୍ଧୁକ , ୯ ଜୀବନ୍ତ ଗୁଳି ଓ ୨ ମାଗାଜିନ୍‌ ଜବତ କରାଯାଇଛି। ବନ୍ଧୁକକୁ ଦୀପକ ଜଣେ ଗ୍ରାହକଙ୍କୁ ୬୦ ହଜାର ଟଙ୍କାରେ ବିକ୍ରି କରିଥାନ୍ତେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଟାଉନ ଥାନାରେ ୧୪୩/୧୮ରେ ଏକ ମାମଲା ରୁଜୁ କରାଯାଇ ଦୀପକଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଟିଟୋ ଗ୍ୟାଙ୍ଗର ସଦସ୍ୟ ବାବୁ ସହ ଦୀପକଙ୍କର ପୂର୍ବରୁ ଲିଙ୍କ ଥିବା ଜଣାପଡ଼ିଛି। ଏଣୁ ଦରକାର ପଡ଼ିଲେ ପୋଲିସ ତାଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରିବ ବୋଲି ମଧ୍ୟ ପୋଲିସ ସୂଚନା ଦେଇଛି।

0
0
0
s2sdefault