ହେଡଲାଇନସ୍:

ଅଚିହ୍ନା ଯୁବକର ଶବ ଉଦ୍ଧାର : ହତ୍ୟା ସନ୍ଦେହ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା /ଦିଲ୍ଲୀପ ମହାନ୍ତି  ମୟୁରଭଞ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନାକିଚୁଆ ପଞ୍ଚାୟତର ରାଇଶୋଳ ଗ୍ରାମର ଏକ ପୋଖରୀରେ ଏକ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଅଞ୍ଚଳବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବରପାଇ ଆସି ଶବକୁ ଜବତ କରିବାସହ ବ୍ୟବଛେଦ ନିମନ୍ତେ ପଠାଇଛି । ମୃତ ଯୁବକର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ । ଯୁବକର ଆନୁମାନିକ ବୟସ ୩୫ ରୁ ୪୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଅଛି । ସ୍ତାନୀୟ ଲୋକଙ୍କ ଆଲୋଚନାରୁ ଜଣାଯାଏ ଶବଟି ଚାରିପାଞ୍ଚ ଦିନ ପୂର୍ବରୁ ପୋଖରି ଭିତରେ ପଡିଅଛି କାରଣ ଶବଟି ସଂପୂନ୍ନ ରୂପେ ଫୁଲିଯାଇଅଛି । ମୃତ ଯୁବକର ଆଖି , ଛାତି ଓ ହାତରେ କଟା ଚିହ୍ନ ଦେଖିବାକୁ ମିଳିଥିବାବେଳେ ପୋଖରି ପାଖରେ ମଦ ବୋତଲ ଓ ସିଗାରେଟ ପଡିଥିବାର ଦେଖିବାକୁ ମିଳିଥିଲା । ତେଣୁ ଅନୁମାନ କରାଯାଏ ଏହାଏକ ହତ୍ୟାକାଣ୍ଡ ବୋଲି । ମାତ୍ର ଶବବ୍ୟବଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି ।

0
0
0
s2sdefault