ହେଡଲାଇନସ୍:

ଇଏ କି ନିଷ୍ଠୁରତା :  ଶିକ୍ଷୟିତ୍ରୀ ମାଇଲେ ଏମିତି ମାଡ, ଭାଙ୍ଗି ପକେଇଲେ ପଞ୍ଜରା ହାଡ ! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଶିକ୍ଷୟତ୍ରୀଙ୍କ ମାଡରେ ତୃତୀୟ ଶ୍ରେଣୀ ଛାତ୍ରର ପଞ୍ଜରା ହାଡ଼ ଭାଙ୍ଗିଲା : ଅଭିଭାବକଙ୍କ ଥାନାରେ ଅଭିଯୋଗ

ଯୋଡ଼ା(chittaranjan Kar) : କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଥିବା ସେଣ୍ଟ ଟେରେସା ସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ସ୍ୱାତୀ ବିଶ୍ୱାସଙ୍କ ନାମରେ ଏପରି ଅଭିଯୋଗ ଆଣିଛନ୍ତି ପୀଡିତ ଛାତ୍ରଙ୍କ ପିତା ରସିକଲାଲ ମହାନ୍ତ। ଅଭିଯୋଗ ଅନୁଯାୟୀ,  ବିଲେଇପଦା ଅଞ୍ଚଳର ମାନସ ରଞ୍ଜନ ମହାନ୍ତ ଯୋଡ଼ା ସ୍ଥିତ ସେଣ୍ଟ ଟେରେସା ସ୍କୁଲର ଷ୍ଟାଣ୍ଡର୍ଡ 3 ର ଛାତ୍ର। ଗତ ସେପ୍ଟେମ୍ବର ୨୪ ତାରିଖରେ ସ୍କୁଲରେ ଦିଆ ଯାଇଥିବା ଟାସ୍କ କରିନଥିବାରୁ ଏକ ଷ୍ଟିଲ ସ୍କେଲରେ ମାନସଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ନିସ୍ତୁକ ମାଡ଼ ମାରିଥିଲେ। ଘରକୁ ଯିବାପରେ ମାନସଙ୍କ ଛାତିରେ ଅତ୍ୟଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଙ୍କୁ ଦେଖାଇଥିଲେ। ତେବେ ଯନ୍ତ୍ରଣାର କାରଣ ଜାଣି ନପାରିବାରୁ ଡାକ୍ତର ତାଙ୍କୁ ଅନ୍ୟତ୍ର ନେଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ।  ପରେ ବାପା ମା ମାନସଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦେଖାଇବାରୁ ଏକ୍ସ-ରେ ଦ୍ୱାରା ଛାତି ପଞ୍ଜରାର ୨ଟି ହାଡ଼ ଭାଙ୍ଗିଥିବା କଥା ଜଣା ପଡିଥିଲା। ଆଜି ଏ ନେଇ ମାନସଙ୍କ ପିତା ସ୍କୁଲର ପ୍ରିନ୍ସିପାଲଙ୍କୁ ଭେଟିଥିଲେ ହେଁ ପ୍ରିନ୍ସିପାଲ ତାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ସ୍କୁଲରୁ ଟି ସି ନେଇଯିବାକୁ କହିଥିଲେ। ବାଧ୍ୟହୋଇ ସେ ଏ ସମ୍ବନ୍ଧରେ ଯୋଡ଼ା ଥାନାରେ ଅଭିଯୋଗ କରିଥିବା କହିଛନ୍ତି ପୀଡିତ ଛାତ୍ରର ପିତା ରସିକ ଲାଲ ମହାନ୍ତ। ହିନ୍ଦୀ ଶିକ୍ଷୟିତ୍ରୀ ଛୁଟିରେ ଥିବା ଜଣାପଡିଛି।

 

 

0
0
0
s2sdefault