ହେଡଲାଇନସ୍:

ପୋଲିସ ଅପାରଗ ନା ଯୁଆଡ଼ିଙ୍କୁ ଘଣ୍ଟ ଘୋଡ଼ାଉଛି  !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୁଆଖେଳ ପ୍ରବଳ : ନାବାଳକ ବି ପାଲଟି ଯାଉଛନ୍ତି ଯୁଆଡ଼ି

 ଜି ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଠାରେ ଦିନକୁ ଦିନ ଜୁଆ  ଖେଳ ବୃଦ୍ଧି ପାଉଥିବାର ଦେଖାଇଦେଇଛି |.ଜିଲ୍ଲା ବାହାରୁ ବହୁ  ଅପରାଧୀ ଯୁଆଡ଼ି ଏଠାକୁ  ଆସି ଜୁଆ ଖେଳ ବଢାଇବାକୁ ଉଦ୍ୟମ କରୁଛନ୍ତି ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି | ଏହି  ଅପରାଧୀ ଶ୍ରେଣୀରଲୋକ ପୋଲିସ କୁ  ହାତବରୀସି  କରି ଜୁଆ ଅଡ୍ଡା କରୁଛନ୍ତି | ଅନ୍ୟପଟେ ପୋଲିସ ଏହି ଜୁଡିଆଙ୍କ ସହ ମଧୁ ଚନ୍ଦ୍ରିକା କରି  ପକେଟ ଗରମ କରୁଥିବା  ସାଧାରଣରେ  ମତପ୍ରକାଶ ପାଇଛି | ଜୁଆ ଅଡ୍ଡା ବନ୍ଦ କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜି ଉଦୟଗିରି ପୋଲିସ କୁଆଡେ ନିଜର ପାକେଟ  ଗରମ କରିବାକୁ  ଉଦ୍ୟମ କରି  ଯୁଆଡ଼ି ମାନଙ୍କୁ ଜୁଆ ଖେଳ ପାଇଁ ପ୍ରଶ୍ରୟ ଦେଉଥିବା  ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି |.ଯେଉଁମାନେ କୌଣସି ଅପରାଧ ସମ୍ପର୍କରେ  ସୂଚନା ଦେଉଛନ୍ତି ପୋଲିସ ତାହା ଗୁପ୍ତ ନରଖି  ଅପରାଧୀମାନଙ୍କୁ  ସୂଚନା ଦେଉଥିବା ଅଂଚଳବସି ଅଭିଯୋଗ କରୁଛନ୍ତି | ଏହି କାରଣରୁ ପୋଲିସ ଉପରୁ ଜନସାଧାରଣଙ୍କ ଆସ୍ଥା କମିଯାଉଥିବା ଲୋକମାନେ କହିଛନ୍ତି | ସେମାନଙ୍କ କହିବା କଥା ପୋଲିସ ଅଜାଣତରେ ଏ ବେଆଇନ କାମ ଅପରାଧକୁ ଘଣ୍ଟା ଘୋଡ଼ାଉଛି ବୋଲି ବିବେଚନା କରାଯିବା ସ୍ୱାଭାବିକ ବୋଲି ଲୋକମାନେ କହିଛନ୍ତି | ଜୁଆଖେଳରେ  ଅପରାଧୀ ଯୁଆଡ଼ି ମାନେ ନାବଳକଙ୍କୁ ବ୍ୟବହାର କରୁଥିବା ସ୍ଥାନୀୟ  ଲୋକ ଅଭିଯୋଗ କରିଛନ୍ତି |  ବହୁ ଦିନହେବ ପିଲା ଲୋକଙ୍କୁ ଯୁଆଡ଼ି ମାନେ ବ୍ୟବହାର  କରିବା ଦ୍ୱାରା  ଅଂଚଳରେ  ନାବାଳକ ଯୁଆଡ଼ି  ସଂଖ୍ୟା  ବୃଦ୍ଧି  ପାଇବାରେ  ଲାଗିଛି |.ଯାହାକି  ଅଂଚଳବାସୀଙ୍କ  ଚିନ୍ତାର କାରଣ ପାଲଟିଛି | ଅନ୍ୟପଟେ  ସ୍ଥାନୀୟ ପୋଲିସ ମାଲେମାଲ ହେଉଛି  ବୋଲି ଅଂଚଳବାସୀଙ୍କ ଅଭିଯୋଗ | .ଯଦି ପ୍ରଶାସନ ଏଥିପ୍ରତି  ଦୃଷ୍ଟି ନ  ଦିଅନ୍ତି  ତାହା ହେଲେ ସ୍ଥିତି ଉଦ୍ବେଗଜନକ ହେବ ବୋଲି  ଅଂଚଳବାସୀଙ୍କ ମଧ୍ୟରେ ମତପ୍ରକାଶ  ପାଇଛି | 

0
0
0
s2sdefault