ହେଡଲାଇନସ୍:

 ଫେରାର ଅଭିଯୁକ୍ତ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲରୁ ଯଶୋବନ୍ତ ସାହୁ : ଚାରମାଳ ପୋଲିସ ଚୋରା ଚାଲାଣ ପାଇଁ ଚାରମାଳ ରେଳଷ୍ଟେଶନ ନିକଟରେ ଗଛିତ ଥିବା 41 ବଣ୍ଡଲ କେନ୍ଦୁପତ୍ର ଗତ 13 ତାରିଖରେ ଜବତ କରାଯାଇଥିଲା ଲ ହେଲେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଏହି ଥାନା ଅନ୍ତର୍ଗତ ଗିରିଧିଖମଣ ଗ୍ରାମର କାମଦେବ ବେହେରା (41)  ଙ୍କୁ ପୋଲିସ ସୋମବାର ଗିରଫ କରିଛି l ଚାରମାଳ ଥାନା ପୋଲିସ ଦଫା 379,411 ଓ 14 କେଏଲ ଅାକ୍ଟରେ ଅଭିଯକ୍ତ କାମଦେବ କୁ କୋର୍ଟଚାଲାଣ କରାଯାଇଛି l ଏ ନେଇ ଏକ ମାମଲା (ନଂ,106/18)  ରୁଜୁ ହୋଇଛି l ହେଲେ ଓକିଲଙ୍କ ଆନ୍ଦୋଳନ ଯୋଗୁ ଜାମିନ ଆବେଦନ କରିନପାରିବାରୁ ତାଙ୍କୁ ଜେଲ ହାଜତ କୁ ପଠାଇଦିଆଯାଇଛି l ପୋଲିସ ସୂତ୍ର ରୁ ପ୍ରକାଶ ଯେ 13 ତାରିଖ ରେ ଅଭିଯୁକ୍ତ କାମଦେବ ଟ୍ରେନ ଯୋଗେ କେନ୍ଦୁପତ୍ର ଚୋରାଚାଲାଣ କରିବାକୁ ରେଳଷ୍ଟେଶନ ନିକଟରେ କେନ୍ଦୁପତ୍ର ଗଛିତ କରି ରଖିଥିଲେ l ଖବର ପାଇ ଚାରମାଳ ଥାନା ଅଧିକାରି ବସନ୍ତ କୁମାର ଦଳାଇ ,ଏସ୍ଆଇ ବିଭୁଭୂଷଣ ମିଶ୍ର ପ୍ରମୁଖ ଚ଼ଢ଼ାଉ କରି 41 ବଣ୍ଡଲ କେନ୍ଦୁପତ୍ର ଜବତ କରିଥିଲେ l ହେଲେ ଘଟଣା ସ୍ଥଳରୁ କାମଦେବ ଫେରାର ହୋଇଯାଇଥିଲେ ଲ ସୋମବାର ସନ୍ଧ୍ୟା ରେ ପୋଲିସ ତାଙ୍କ ଘରେ ଚଢ଼ାଉ କରି ଗିରଫ କରିଛି l

0
0
0
s2sdefault