ହେଡଲାଇନସ୍:

ଦାଦନ ଖଟିବାକୁ ଯାଇଥିଲେ : ଶବ ହୋଇ ଫେରିଲେ ଲକ୍ଷପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମ ର ଲୁଦରୁ ପଟେଲ ଙ୍କର ଏକ ମାତ୍ର ପୁତ୍ର ଲକ୍ଷପତି ପଟେଲ (ଭୁରୁ) ନିଜର ଅନ୍ତସତ୍ଵା ଧର୍ମପତ୍ନୀ କୁ ଏବଂ ବାପା ମା କୁ ଛାଡି ମହାରାଷ୍ଟ୍ର ନାଗପୁର ଦାଦନ ଖଟିବା ପାଇଁ ଯାଇଥିଲେ l ରେଳ ଲାଇନ ପାଖରେ ଶବ ପଡ଼ିଥିବାର ଦେଖି ରେଲୱେ ପୋଲିସ ତାକୁ ଉଦ୍ଧାର କରି ସେ ପିନ୍ଧିଥିବା ପ୍ୟାଣ୍ଟ ରେ ଧରି ଥିବା ମୋବାଇଲ ଫୋନ ରୁ ପୋଲିସ କୁ ତାର ପରିଚୟ ମିଳିଥିଲା l ସେ କଥା ହୋଇଥିବା ଶେଷ ନମ୍ବର କୁ ପୋଲିସ ଫୋନ କରି ଜଣାଇ ଥିଲା l ସେ ତା ବାପା ମା କୁ ଜଣାଇ ଥିଲା l ସ୍ତ୍ରୀ ନଅ ମାସ ଅନ୍ତସତ୍ତ୍ୱl ପ୍ରଶବ ସମୟ ହୋଇ ଯାଇଥିବାରୁ ମୃତ ଲକ୍ଷପତି ଙ୍କ ମା ତା ଶାଶୁ ଘର ଶୁକଲିପାହାଡ଼ ଠାରେ ତା ସ୍ତ୍ରୀ କୁ ଛାଡି ଆସିଛନ୍ତି l ଶବ ଡୁଙ୍ଗରିପାଲି ଆସିବା ପରେ ଗ୍ରାମ ରେ ଶୋକାକୁଳ ବାତାବରଣ ରହିଛି l ଅଞ୍ଚଳ ର ପ୍ରାୟ ଲୋକ ଦାଦନ ଖଟିବା କୁ ଯାଇ ମୃତ୍ୟୁ ର ସମ୍ମୁଖୀନ ହୋଇଛନ୍ତି l କେତେକ ବାଟରେ ଦୁର୍ଘଟଣା ର ଶିକାର ମଧ୍ୟ୍ୟ ହେଉଛନ୍ତି l ତଥାପି ଦାଦନ ଖଟିବା ବନ୍ଦ ହେଉନାହି l ଏଥିପ୍ରତି ସରକାର ଦୃଷ୍ଟି ଦେବ ଆବଶ୍ୟକ ରହିଛି l

0
0
0
s2sdefault