ହେଡଲାଇନସ୍:

କେତେ ଥର କହିବା ଲଜ୍ଜା ଲଜ୍ଜା ବୋଲି !!!!!!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁଣି ଖଟିଆ ରେ ବୁହା ହେଲେ ଗର୍ଭବତୀ ।

ନବରଙ୍ଗପୁର/ଝରିଗାଁ : ଲଜ୍ଜା ଲଜ୍ଜା ବୋଲି ଯେତେ କହିଲେ ବି ସ୍ଥିତିରେ ସୁଧାର ଆସୁନି | ବାରମ୍ବାର ଦୁର୍ଭାଗ୍ୟଜନକ ଅଘଟଣ ପଦାକୁ ଆସୁଛି | ଏବେ ପୁଣି ଏକ ଦୁଭାର୍ଗ୍ୟଜନକ ଅଘଟଣ ଖବର ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଙ୍କ ନିର୍ବାଚନ ମଣ୍ଡଳୀ ରେ। ନବରଙ୍ଗପୁର ଜିଲ୍ଲାରେ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ଦୀର୍ଘ ୪ କିଲୋମିଟର ରୁ ଉର୍ଦ୍ଧ୍ବ ଖଟିଆରେ ବୁହାହେଲେ ଗର୍ଭବତୀ ।
ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ନିଵେଚନମଣ୍ଡଳୀ ଅନ୍ତ୍ରଗର୍ତ ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ର ସର୍ଗିପାଣି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ରାସ୍ତା ଖରାପ ଥିବାରୁ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ସରକାରୀ ଯୋଜନା ପାଲଟିଛି ପ୍ରହସନ।ସର୍ଗିପାଣି ଗାଁର ନବୀନ ସାନ୍ତା ଙ୍କ ସ୍ତ୍ରୀ ସୁସ୍ମିତା ସାନ୍ତା ଙ୍କ ସକାଳ ୫ ଘଣ୍ଟା ସମୟରେ ପ୍ରସବ ଯନ୍ତ୍ରଣା ହେବାରୁ ମେଡିକାଲ କୁ ନେବା ପାଇଁ ଆମ୍ବୁଲାନ୍ସ କୁଫୋନରେ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଗର୍ଭବତୀ ଙ୍କୁ ଆଣିବା କୁ ଯାଇ ଗାଁ ରେ ପହଞ୍ଚି ନପାରି ଦୀର୍ଘ ୪ କିଲୋମିଟର ଦୂର ଫୁଲଝରି ନିକଟରେ ଅଟକି ରହିଥିଲା । ପରେ ପରିବାର ଏବଂ ଗ୍ରାମବାସୀ ସୁସ୍ମିତା ଙ୍କୁ ଏକ ଖଟିଆ ସାହାଯ୍ୟ ରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ ଓ ସେଠାରୁ ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ତେବେ ଡାକ୍ତରଖାନାରେ ସୁସ୍ମିତା ଏକ ଶିଶୁପୁତ୍ର ଜନ୍ମ ଦେଇଥିବା ବେଳେ ଉଭୟ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ସରକାର ଉପାନ୍ତ ଅଞ୍ଚଳରେ ରାସ୍ତା ଘାଟ ର ଉନ୍ନତି ର କଥା କହୁଥିବା ବେଳେ ରାସ୍ତା ଅଭାଵ ଯୋଗୁଁ ବାରମ୍ବାର ରୋଗୀ ଏବଂ ଗର୍ଭବତୀ ମହିଳା ମାନେ ଖଟିଆ ବୁହା ହେଉଛନ୍ତି । ଯାହାକି ଜଙ୍ଗଲ ରେ ବସ ବାସ କରୁଥିବା ଜଙ୍ଗଲୀ ବାସୀ ଙ୍କ ଯନ୍ତ୍ରଣା ରେ ଦୂର କରିବା ରେ ବିପଳ ହୋଇଛନ୍ତି ରାଜ୍ୟ ସରକାର ।

0
0
0
s2sdefault