ହେଡଲାଇନସ୍:

ମାହାଙ୍ଗାର ସିପୁରା ଗାଁ'ରେ ହେଟାବାଘ ଆତଙ୍କ, ୩ ଗୁରୁତର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) ହେଟାବାଘ ଆକ୍ରମଣ ଯୋଗୁଁ ମାହାଙ୍ଗା ଥାନା ଶିପୁରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହି ହେଟାବାଘ ଆକ୍ରମଣ କରିବା ଯୋଗୁଁ ୩ ଜଣ ଗୁରୁତର ହୋଇପଡିବା ଖବର ମିଳିଛି । ଏହି ସିପୁରା ଗାଁ'ରେ ଥିବା ଚାଷୀଙ୍କ କଖାରୁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିବା ବେଳେ ପଶ୍ଚିମବଙ୍ଗ ଅଞ୍ଚଳର ଅଚିନ୍ତ ନାୟକ ଓ ବାଲେଶ୍ଵର ଅଞ୍ଚଳର ବାପୁନୀ ପାଲଙ୍କୁ ହଠାତ୍ ଏକ ହେଟାବାଘ ଆକ୍ରମଣ କରିବାରୁ ଦୁହେଁ ଲହୁ ଲୁହାଣ ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଛି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେହିପରି ଶିପୁରା ଗାଁ' ନିକଟର ଛିଡାହୋଇଥିବା ବଡ଼ଚଣା ଅଞ୍ଚଳର ଅଶୋକ ସେନାପତିଙ୍କୁ ମଧ୍ୟ ହେଟାବାଘ କାମୁଡି ରକ୍ତାକ୍ତ କରିବା ଜଣା ପଡିଛି । ଗୁରୁତର ଅବସ୍ଥାରେ ଏମାନଙ୍କ ମଧ୍ୟରୁ ୨ ଜଣ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ହେଉଥିବା ବେଳେ ଜଣକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ହେଟାବାଘ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଏବଂ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ବନ ବିଭାଗ ଏହି ହେଟାବାଘକୁ ଧରିବା ପାଇଁ ମାହାଙ୍ଗାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରଖିବା ସୂଚନା ମିଳିଛି ।

0
0
0
s2sdefault