ହେଡଲାଇନସ୍:

ସୀମା ସାହୁ ଡ୍ୟାମ ପାଖକୁ ଡାକି ଲୁଟି ନେଲା ୬ ଲକ୍ଷ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଫେସବୁକରେ ଫେକ ଆକାଉଣ୍ଟ : ମନଭଙ୍ଗ ଡେମ ଡକାୟତି ଘଟଣାର ପର୍ଦ୍ଦାଫାଶ

17-07-18-fesbuk.jpg - 147.49 kB

ପଦ୍ମପୁର/ପାଇକମାଲ

Nila Deep-Gouranga Dash

ଗତ 18/ 6/2018ତାରିଖ ଦିନ ପାଇକମାଲ ବ୍ଲକ ର ମିଠାପଲି ନିକଟସ୍ଥ ମନଭଙ୍ଗ ଡେମ ନିକଟରେ ଏକ ସସତ୍ର ଡକାୟତି ହେଇ ଥିଲା ।ଖରିଆର ରୋଡ଼ ନିବାସୀ ଶ୍ରୀ ବିକାଶ ଅଗ୍ରୱାଲ ପଦ୍ମପୁର ରୁ ଖରିଆର ରୋଡ କୁ ଫେରୁଥିବା ସମୟରେ ତାଙ୍କର facebook ଜଣେ ମନଭଙ୍ଗ ଡେମ ନିକଟରେ ସାକ୍ଷାତ କରିବାକୁ କହିଥିଲା। ବିକାଶ ଉକ୍ତ ବ୍ୟକ୍ତି ଙ୍କର ସହିତ ସାକ୍ଷାତ କରିବା ପାଇଁ ନିଜେ ଗାଡି ଚଳାଇ ମନଭଙ୍ଗ ଡେମ ନିକଟକୁ ପହଂଚି ଥିଲେ କିନ୍ତୁ ଡେମ କୁ ପହଞ୍ଚିବା ପରେ ସେ facebook ରେ ମେସେଜ କରିଥିବା ବ୍ୟକ୍ତି କୁ ପାଇନଥିଲେ ଏହିସମୟରେ 4 ଜଣ ଯୁବକ ବିକାଶ ର ସମ୍ମୁଖ କୁ ଆସି ବନ୍ଧୁକ ଦେଖାଇ ତାଙ୍କ ପାଖରେ ଥିବା 6 ଲକ୍ଷ ଟଙ୍କା ଲୁଟି ନେଇ ଏକ ବାଇକ ଯୋଗେ ଫେରାର ହେଇ ଯାଇଥିଲେ। ଫେରାର ହେବ ପୂର୍ବରୁ ଅଭିଯୁକ୍ତ ମାନେ ବିକାଶ କୁ ଏକ ଗଛରେ ବାନ୍ଧି ଦେବା ସହିତ ବିକାଶ ର ଗାଡି ଚାବି ମଧ୍ୟ ନେଇ ଯାଇଥିଲେ।  କିଛି ସମୟପରେ ବିକାଶ କୋଣସି ମତେ ଉକ୍ତ ସ୍ଥାନରୁ ଖସିଆସି ପାଇକମାଲ ଥାନାରେ ଅଭିଯୋଗ କରିଥିଲେ। ପାଇକମାଲ ଥାନା ଅଧିକାରୀ ଘଟଣାର ଅଭିଯୋଗ ପାଇବାପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ ଓ ଅଭିଯୁକ୍ତ ମାନଙ୍କର ସୁରାଗ ଖୋଜିବା ଆରମ୍ଭ କରି ଦେଇ ଥିଲେ।ଉକ୍ତ ଘଟଣାଜୁ ନେଇ ଆଜି ପଦ୍ମପୁର SDPO ଙ୍କର ଅଫିସ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ SDPO  ଲାଷ୍ମୀ ନାରାୟଣ ପଣ୍ଡା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ଯେ ଗତ 18 ଜୁନ ରେ ହେଇଥିବା ଏହି ଲୁଟ ଘଟଣା ରେ ପାଇକମାଲ ର 2 ଜଣ ପଦ୍ମପୁର ର 1ଜଣ ଓ ପାଇକମାଲ ନିକଟସ୍ଥ ଝେଙ୍ଗନାଡୀହି ର 1 ଜଣ ସାମିଲ ଥିଲେ। ପାଇକମାଲ ସଡ଼କ ପଡା ନିବାସୀ ନିରାକାର ମାଝୀଙ୍କର 21 ବର୍ଷୀୟ ପୁତ୍ର ପଙ୍କଜ ମାଝୀ ଘଟଣାର 1ମାସ ପୂର୍ବରୁ ସୀମା ସାହୁ ନାମରେ  facebook ରେ ଏକ ଫେକ  ଆକାଉଣ୍ଟ ଖୋଲି ବିକାଶ ସହିତ ସମ୍ପର୍କ ବଢାଇଥିଲା। ଘଟଣାର ଦିନ ସେଜଣିଥିଲା ଯେ ବିକାଶ ପଦ୍ମପୁର ଓ ପାଇକମାଲ କୁ ବ୍ୟବସାୟୀ ମାନଙ୍କର ପାଖରୁ ଟଙ୍କା ନେବାକୁ ଆସେ। ସେ ଘଟଣା ଦିନ ସକାଳୁ ବିକାଶ ସହିତ ସମ୍ପର୍କରେ ରହୁଥିଲା। ସନ୍ଧ୍ୟା ସମୟରେ ମନଭଙ୍ଗ ଡେମ ନିକଟରେ ଭେଟିବାକୁ ଜଣାଇଥିଲେ। ବିକାଶ ମନଭଙ୍ଗ ଡେମ କୁ ସୀମା କୁ ଭେଟିବାକୁ ଯାଇଥିଲା ହେଲେ ସେଠି ସୀମା ନଥିଲା। ବିକାଶ କୁ ଅପେକ୍ଷା କରି ରହିଥିଲା ପଙ୍କଜ ଓ ତାର 3 ଜଣ ସହଯୋଗୀ। ବିକାଶ ଡେମ କୁ ପହଂଚିବା ପରେ ଦୁର୍ବୁତ୍ତ ମାନେ ବନ୍ଧୁକ ଓ ଭୁଜାଲି ଦେଖାଇ 6 ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପାଇକମାଲ ଥାନାରେ ଅଭିଯୋଗ ହେବାପରେ ସମ୍ବଲପୁର DIG ଓ S, P ବରଗଡ଼ ଙ୍କର ନିର୍ଦେଶ ରେ ଏକ ସ୍ପେସିଆଲ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଏନେଇ ଆଜି ପୋଲିସ ତରଫରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ ଶ୍ରୀ ପଣ୍ଡା ଜଣାଇଛନ୍ତି ଯେ। ପଙ୍କଜ ସହିତ ପାଇକମାଲ ସଡ଼କ ପଡ଼ା ର ଉମେଶ ସାହୁ(26)ଲିଟୁ@ଚୌଡା ଚରଣ ବହିଦାର( ପଦ୍ମପୁର) ପିଙ୍କୁ(@)ଭୋଜରାଜ ବାରିକ(ଝେଙ୍ଗନାଡୀହି) ପ୍ରମୁଖ ସମ୍ପୃକ୍ତ ଥିଲେ। ଅଭିଯୁକ୍ତ ମାନେ ଲୁଟ ଟଙ୍କା କୁ ବାଣ୍ଟି ନେଇଥିଲେ। ଅଭିଯୁକ୍ତ ମାନଙ୍କର ପାଖରୁ ନଗଦ 1,52 ହଜାର ଟଙ୍କା ଘଟଣା ରେ ବ୍ୟବହୃତ ଗୋଟେ ହୋଣ୍ଡା ହରନେଟ ଗାଡି ଗୋଟେ ନମ୍ବର ବିହୀନ ନୂଆ splender  ବାଇକ 3 ଗୋଟି ନୂଆ ଦମୀକିଆ ମୋବାଇଲ ଓ ଗୋଟେ ଭୁଜାଲି ଜବତ କରାଯାଇଛି।ଅଭିଯୁକ୍ତ ମାନଙ୍କୁ ପୋଲିସି ପାଇକମାଲ ଥାନା କେଶ ନମ୍ବର 86/18 ଧାରା394ଓ 25 ଆର୍ମସ ଆକ୍ଟ ରେ ଗିରଫ କରି କୋଟ ଚାଲାଣ କରାଯାଇଛି ।

 

 

0
0
0
s2sdefault