ହେଡଲାଇନସ୍:

ଇଏ ଏମିତିକା ସାର, ଅବସର ପରେ କରୁଛନ୍ତି ଗଂଜେଇ ବେପାର |

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

14-07-18-GANJEI.jpg - 70.35 kB

ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ୨ କୁଇଣ୍ଟାଲରୁ ଉର୍ଦ୍ଧ କଞ୍ଜେଇ ଜବତ

ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲରେ କ୍ରମାଗତ ଭାବେ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ଆଜି ମନମୁଣ୍ଡା ପୋଲିସ୍ ଚଢାଉ କରି ୨ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ସିମିଳିପଦର ଗାଁର ଅବସରପ୍ରାପ୍ତ ଶିକ୍ଷକ  କିରଟି କ୍ଷେତିଙ୍କ ଘରେ ଗଞ୍ଜେଇ କାରବାର ହେଉଥିବା ଖବର ପାଇ ମନମୁଣ୍ଡା ପୋଲିସ୍ ଚଢାଇ କରି ୨ କୁଇଣ୍ଟାଲ ୨୯ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ସେଠାରୁ କିରଟି କ୍ଷେତିଙ୍କୁ ଗିରଫ୍ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗିୟ ଜେଲକୁ ପଠାଯାଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ  । ଚଢାଉ ବେଳେ ଏସଆଇ ବାଲେଶ୍ୱର କହଁର, ଗୌରୀ ମଲ୍ଲିକ, ରଞ୍ଜନ ଭୁକ୍ତା ହାବିଲଦାର ଜୟାନନ୍ଦ ସାହୁ, ଏଏସଆଇ ପରେଶ ନନ୍ଦ ଷଡଙ୍ଗି, କନେଷ୍ଟବଳ ଗୀତା ମହାନ୍ତ. ସନ୍ତୋଷିନୀ ପ୍ରଧାନ ଓ ବିଭୁତି ମହାକୁଲ ପ୍ରମୁଖ ସାମିଲ ଥିଲେ 

0
0
0
s2sdefault