ଶିଶୁମନ୍ଦିର ଦୁଇ ଛାତ୍ରଙ୍କୁ ମରଣାନ୍ତଙ୍କ ଆକ୍ରମଣ ପ୍ରସଙ୍ଗ,ଅଭିଯୁକ୍ତ ନାବାଳକ ପୁଲିସ ଦ୍ୱାରା ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ ଜିଲା ସାରସକଣା ବ୍ଲକ ଓ ଝାରପୋଖରୀଆ ଥାନା ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରାବାସରେ ଗତ ୦୮/୦୭/୨୦୧୮ରବିବାର ପ୍ରାତଃ ସମୟରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଥିବାର ଦେଖାଦେଇଥିଲା । ବିଦ୍ୟାଳୟ ହତା ପରିଷରରେ ଥିବା ଶୌଚାଳୟ ଚାଳୟକୁ ଦୁଇଜଣ ଛାତ୍ର ସଂଦୀପ ହାଁସଦା(୧୧) ଓ ମନୋଜ ମହାନ୍ତ(୧୩)ଙ୍କୁ କୌଣସି ଅଜଣା ଦୁର୍ବୃତତ୍ତ ଏକ ଧାରୁଆ ଅସ୍ତ୍ରରେ ସଂଦୀପଙ୍କ ଗଳା କାଟି ହତ୍ୟା ଉଦ୍ୟମ କରିଥିଲା । ସଂଦୀପ ଚିତ୍କାର ଶୁଣି ମନୋଜ ଦୈାଡି ପଳାଇ ଆସୁଥିବା ବେଳେ ଦୁର୍ବୁତର ଆକ୍ରମଣର ଶିକାର ମଧ୍ୟ ହୋଇଥିଲା । ତେବେ ଦୁଇଜଣ ଛାତ୍ର କୈାଶଳକ୍ରମେ ଦୁର୍ବୃତତ୍ତ ପାଖରୁ ଖସିଆସି ରକ୍ତ ଜୁଡୁବୁଡୁ ହୋଇ ଶିକ୍ଷକଙ୍କ ପାଖରେ ପହଁଞ୍ଚି ସମସ୍ତ ଘଟଣା କହିବାପରେ ଶିକ୍ଷକମାନେ ଘଟଣାସ୍ଥଳକୁ ଯାଇ ଖୋଜିବାରୁ କାହାରିକୁ ପାଇନଥିଲେ । ଆକ୍ରମଣକାରୀ ତ୍ତଜଣକ ଅନ୍ଧକାରର ସୁଯୋଗନେଇ ଖସିଯାଇଥିବାର ଅଭିଯୋଗ ହୋଇଥିଲା । ସଂଦୀପ ଷଷ୍ଠ ଶ୍ରେଣୀର ଛାତ୍ର ଓ ମନୋଜ ନବମ ଶ୍ରେଣୀର ଛାତ୍ର ଅଟନ୍ତି । ସଂଦୀପ ଶୈାଚାଳୟ ବାହାରେ ଥିବା ବେଳେ ମନୋଜ ଭିତରେ ଥିଲା । ସଂଦୀପର କହିବା ଅନୁଯାୟୀ ପାଖରେ ଥିବା ଏକ ଅମ୍ବରୀନଟା ଭିତରୁ କେହିଜଣେ ବୟସ୍କଲୋକ ଆସି ତାକୁ ପ୍ରଥମେ ଆକ୍ରମଣ କରିଥିଲା ଏବଂ ପରେ ମନୋଜକୁ ମଧ୍ୟ ଆକ୍ରମଣ କରିଥିଲା । ସଂଦୀପର ଅବସ୍ଥା ଅଧିକ ଗୁରୁତ୍ତର ଥବା ବେଳେ ମନୋଜର ଦେହରେ ବିଭିନ୍ନ ଜାଗାରେ ଆଘାତ ଲାଗିଥିଲା । ସେମାନଙ୍କୁ ପ୍ରଥମେ ସାରସକଣା ଡାକ୍ତରଖାନା ଏବଂ ପରେ ବାରିପଦା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଉକ୍ତ ଘଟଣାକୁ ନେଇ ଝାରପୋଖରୀଆ ଥାନାରେ କେଶ ନଂ ୬୨/୨୦୧୮ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ଜୁଲାଇ ୧୦ ସୋମବାର ଉକ୍ତ ଘଟଣା ଉପରୁ ପରଦା ହଟିଯାଇଛି ଓ ଏହା ସମଲିଙ୍ଗୀ ଯୌନ ସମ୍ପର୍କ ଉଦ୍ୟମ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ପୁଲିସ ଉକ୍ତ ମାମଲାରେ ଅଭିଯୁକ୍ତ ନାବାଳକକୁ ଆଇପିସି ଧାରା ୩୨୪, ୩୨୬ ଓ ୩୦୭ରେ ଗିରଫ କରିଥିବାର ସୂଚନା ମିଳିଛି ।