ହେଡଲାଇନସ୍:

ଝିଅ ହତ୍ୟାକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ପାଇଁ ପରିବାର ଲୋକେ ଏସପିଙ୍କ ଦ୍ୱାରସ୍ଥ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-07-18-satya.jpg - 104.53 kBଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) ଯୌତୁକ ପାଇଁ ଝିଅକୁ ମାରିଦେବା ପରେ ପୁଲିସ ଝିଅର ବାପାଙ୍କ ଏତଲା ଗ୍ରହଣ ନ କଲା ପରେ ବାପା ଏବେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କହରାପୋଖରୀ ଶାସନ ଗ୍ରାମର କାର୍ତ୍ତିକ ଚନ୍ଦ୍ର ପଣ୍ଡା ତାଙ୍କ ଝିଅ ଅମ୍ବିକାଙ୍କୁ ଶାଶୁଘର ଲୋକେ ମାରି ଦେଇଥିବା ନେଇ ଆଜି ଏସପିଙ୍କ ଠାରେ ଅଭିଯୋଗ କରିଛନ୍ତି । ମିଳିଥିବା ଅଭିଯୋଗ ଅନୁଯାୟୀ କାର୍ତ୍ତିକ ତାଙ୍କ ଝିଅ ଅମ୍ବିକାଙ୍କୁ ୨୦୧୧ ମସିହାରେ ବନ୍ତ ଥାନା ଶାଳକଣିଆଁ ଗ୍ରାମର ପଞ୍ଚାନନ କରଙ୍କ ପୁଅ ରାମଚନ୍ଦ୍ରଙ୍କୁ ବୈଦିକ ରୀତି ଅନୁଯାୟୀ ବିବାହ ଦେଇଥିଲେ । ବିବାହ ସମୟରେ ନଗଦ ୪୦ହଜାର ଟଙ୍କା, ଜ୍ୱାଇଁଙ୍କୁ ସୁନାହାର ଓ ମୁଦି ସହିତ ଝିଅକୁ ସମସ୍ତ ଗହଣା, ଆସବାବପତ୍ର ଯୌତୁକ ଆକାରରେ ଦେଇଥିଲେ । ଝିଅ ଜ୍ୱାଇଁ ସୁଖରେ ଦିନ ବିତାଇବା ସହ ସେମାନଙ୍କ ଗର୍ଭରୁ ଏକ କନ୍ୟା ଜନ୍ମ ହୋଇଥିଲା । ଜ୍ୱାଇଁ ରାମଚନ୍ଦ୍ର ବେକାରୀ ଜୀବନ ବିତାଇବା ସହିତ ଘରେ ରହି ପରିବାର ସହ ମିଶି ଅମ୍ବିକାଙ୍କୁ ନାନା ପ୍ରକାରର ନିର୍ଯାତନା ଦେଉଥିଲେ । ଏ ସଂକ୍ରାନ୍ତରେ ଉଭୟ ପରିବାର ମଧ୍ୟରେ ବହୁବାର ଆଲୋଚନା କରାଯାଇ ସମାଧାନ ହୋଇଥିଲା । ପରେ ଅଭାବ ଯୋଗୁ ବ୍ୟବସାୟ କରିବେ ବୋଲି କହି ଶଶୁର ଘରୁ ୪୦ ହଜାର ଟଙ୍କା ଆଣିବାକୁ ଶାଶୁଘର ଲୋକେ ଅମ୍ବିକାଙ୍କୁ ବାଧ୍ୟ କରିଥିଲେ । ଅମ୍ବିକା ଗତ ୧୫ ତାରିଖରେ  ବାପ ଘରକୁ ଯାଇ ସବୁ କଥା କହିବା ସହିତ ୪୦ ହଜାର ଟଙ୍କା ମାଗିଥିଲେ । ମାତ୍ର କାର୍ତ୍ତିକ ଟଙ୍କା ଦେବାକୁ ସମର୍ଥ ନ ହେବାରୁ ଅମ୍ବିକା ଶାଶୁ ଘରକୁ ଫେରି ଆସିଥିଲେ । ଏହି ଘଟଣାକୁ ନେଇ ୨୮ତାରିଖରେ ସ୍ୱାମୀ ରାମଚନ୍ଦ୍ର, ଶଶୁର ପଞ୍ଚାନନ, ଶାଶୁ କମଳା, ଦିଅର ସୁଦର୍ଶନ ଅମ୍ବିକାଙ୍କୁ ମାଡ ମାରିବା ସହିତ ବିଷ ପିଆଇ ଦେଇଥିଲେ । ଅମ୍ବିକାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରି ତାଙ୍କ ପାଖକୁ ଝିଅ ଗୁରୁତର ବୋଲି ଫୋନ ଯୋଗେ ଜଣାଇଥିଲେ । କାର୍ତ୍ତିକ ମେଡିକାଲରେ ପହଞ୍ଚିବା ପରେ ଅମ୍ବିକା ତାଙ୍କୁ ମସସ୍ତ ବିଷୟ କହିଥିଲେ । ଅମ୍ବିକାଙ୍କୁ ଗୁରୁତର ଅବସ୍ଥାରେ କଟକ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତୁ୍ୟ ହୋଇ ଯାଇଥିଲା । ଅମ୍ବିକାଙ୍କ ମୃତ୍ୟୁ  ଖବର ଶୁଣି ସ୍ୱାମୀ ରାମଚନ୍ଦ୍ର ୫ ବର୍ଷର ଝିଅ ଲିପ୍ସାକୁ ନେଇ ଫେରାର ହୋଇ ଯାଇଛନ୍ତି । କାର୍ତ୍ତିକ ଏ ନେଇ ବନ୍ତ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ବନ୍ତ ପୁଲିସ ଏତଲା ଗ୍ରହଣ କରି ନ ଥିଲେ । ବାଧ୍ୟ ହୋଇ ୩୦ ତାରିଖରେ ଅତରିକ୍ତ ଏସପିଙ୍କୁ ଭେଟି ଏ ବିଷୟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଯାହା ଫଳରେ ଆଜି କାର୍ତ୍ତିକ ଏବଂ ତାଙ୍କ ପୁତ୍ର ଗ୍ରାମବାସୀଙ୍କ ସହିତ ଆସି ଏସପିଙ୍କୁ ଭେଟି ନ ପାରି ଅଭିଯୋଗପତ୍ର ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି । ତୁରନ୍ତ ନ୍ୟାୟ ନ ମିଳିଲେ ପରିବାର ସହ ଅନଶନ କରିବାକୁ ମଧ୍ୟ ପରବିାର ପକ୍ଷରୁ ଚେତାବନୀ ଦିଆ ଯାଇଛି ।  

0
0
0
s2sdefault