ହେଡଲାଇନସ୍:

ଦୁର୍ଘଟଣାରେ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-07-18-acciudent.jpg - 73.76 kB

ଯାଜପୁର ରୁ ଜୟଶଙ୍କର ଦାଶ L ସଡକ ଦୁର୍ଘଟଣାରେ ପୋଲିସ କନଷ୍ଟେବଳ ଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳୁପୁର ନିକଟ ୧୬ନଂ ଜାତୀୟ ରାଜପଥରେ । ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀ ପୋଲିସ କନଷ୍ଟେବଳ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ହେଲେ କୁଆଖିଆ ଥାନା ବରାଂଶ ଗାଁ ର ପ୍ରଭାତ କୁମାର ରଥ । ସେ ଧର୍ମଶାଳା ଥାନା ରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ । ପୋଲିସ ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡି ଗୁଡିକ ଜବତ କରି ତଦନ୍ତ ଆରମ୍ଭ କରିଛି।

0
0
0
s2sdefault