ହେଡଲାଇନସ୍:

ଛି ଛି ଛି ଇଏ ମଉସା ନା ଆଉ କଣ,  ନାବାଳିକା ଝିଆରୀ ପ୍ରତି ଯୌନ ଶୋଷଣ  !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁଲିସ କି ମହୁ ପାଇଛି କି ଚୁପ !  ନିଷ୍କ୍ରିୟତା ବିରୋଧରେ ପୀଡ଼ିତା ପରିବାରର ଫେରାଦ

ବାଲେଶ୍ୱର (ଉଜ୍ଜ୍ୱଳ କର ): ଚେନ୍ନାଇରେ ମଉସାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ସୋର ଅଞ୍ଚଳର ନାବାଳିକା ଝିଆରୀ ପୁଲିସଠାରୁ ନ୍ୟାୟ ନପାଇ ଶେଷରେ ଜିଲ୍ଲାପାଳଙ୍କଠାରେ ଆଜି ଫେରାଦ ହୋଇଛି । ସୋର ଛବାଟିଆ ଅଞ୍ଚଳର ୧୭ ବର୍ଷୀୟା ନାବାଳିକାଙ୍କର ଯୁକ୍ତଦୁଇ ପରୀକ୍ଷା ପରେ ତାଙ୍କୁ ଚାଉଳସାବିରା ଗ୍ରାମର ମାଉସୀ ସୁଭଦ୍ରା ମହାକୁଡ଼ ଚେନ୍ନାଇ ବୁଲାଇବାକୁ ନେଇ ଯାଇଥିଲେ । ସେଠାରେ ରହୁଥିବା ମଉସା କୃଷ୍ଣଚନ୍ଦ୍ର ମହାକୁଡ଼ ନାବାଳିକା ଝିଆରୀକୁ ଚେନ୍ନାଇ ବୁଲାଇବା ଆଳରେ ନାନା ପ୍ରକାର ଅସଦାଚରଣ ସହ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ତାଙ୍କ ମାଆ ଆରୋପ ଉଠାଇଛନ୍ତି । ଏମିତିକି ଅନୈତିକ କାର୍ଯ୍ୟରେ ନିୟୋଜିତ ପାଇଁ ତାଙ୍କୁ ଏକ ମ୍ୟାସେଜ୍ ସେଣ୍ଟରରେ ଜରବଦସ୍ତ ଛାଡ଼ି ଦେଇ ଆସିଥିଲେ ବୋଲି ନାବାଳିକା ଜଣକ ପ୍ରକାଶ କରିଛନ୍ତି । ସେଠାରୁ କୌଣସିମତେ ଖସି ଆସି ସେ ଘରେ ପହଞ୍ଚିଥିଲେ । ତେବେ ଏନେଇ ପରିବାର ଲୋକେ ଫୋନରେ ଯୋଗା ଯୋଗ କରିବାରୁ  ଘଟଣା ସମ୍ପର୍କରେ ପ୍ରକାଶ କଲେ ପୁରା ପରିବାରକୁ ଜୀବନରୁ ମାରିଦେବ ବୋଲି ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଧମକ ଦେଇଥିବା ସେମାନେ କହିଛନ୍ତି । ଏ ସମ୍ପର୍କରେ ପରିବାର ପକ୍ଷରୁ ସୋର ଥାନାରେ ଏତଲା ଦିଆ ଯାଇଥିଲେ ବି ଥାନାଧିକାରୀ ମାମଲା ରୁଜୁ କରୁନଥିବା ପରିବାର ଲୋକେ କହିଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ କୃଷ୍ଣଚନ୍ଦ୍ରଙ୍କ ଦ୍ୱାରା ପ୍ରଭାବିତ ହୋଇ ଥାନାଧିକାରୀ ନାବାଳିକାଙ୍କ ବିରୋଧରେ ଗହଣା ଚୋରୀ ମାମଲା ରୁଜୁ କରିଥିବା ସେ କହିଛନ୍ତି । ଘଟଣାର ଉଚିତ ତଦନ୍ତ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ  ପାଇଁ ନାବାଳିକା ପରିବାର ପକ୍ଷରୁ ଜିଲ୍ଲାପାଳଙ୍କଠାରେ ଗୁହାରୀ କରିଛନ୍ତି |

0
0
0
s2sdefault