ଝରକା ଡେ଼ଇଁ ଫେରାର ଘଟଣା : ୫ଦିନ ପରେ ବି   ଆସାମୀର ଟେର ପାଇ ନାହିଁ ପୁଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ଫୌଜଦାରୀ ମାମଲାରେ ବୈଶିଙ୍ଗା ଥାନା ପୁଲିସ ଏକ ଫୌଜଦାରୀ ମାମଲା(୧୧୩/୨୦୧୮)ରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ସନ୍ତୋଷ ସାହୁଙ୍କୁ ଗିରଫ କରି ଗତ ମଙ୍ଗଳବାର ବେତନଟୀ ଏସଡ଼ିଜେଏମ କୋର୍ଟରେ ହାଜର କରାଇବା ପରେ ତାଙ୍କର ଜାମିନ ନାମଜୁର ହୋଇଥିଲା ଏବଂ ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ମାଣିକ ନାମକ ଏକ ଯାତ୍ରୀବାହୀ ଘରୋଇ ବସରେ ବୈଶିଙ୍ଗା ଥାନାର ଦୁଇ ଜଣ କନେଷ୍ଟବଳ ନେଇ ଆସୁଥିବା ସମୟରେ ବାରିପଦା ପୌରପରିଷଦର ୱାଡର଼୍ ନଂ-୫ରେ ଥିବା ଜନଗହଳି ପୂର୍ଣ୍ଣ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ  ମହାବିଦ୍ୟାଳୟ ସମ୍ମୁଖ ବସ  ଷ୍ଟପେଜରେ ଯାତ୍ରୀ ଉହ୍ଲାଇବା ନିମନ୍ତେ ବସଟି ଛିଡ଼ା ହେବାର ସୁଯୋଗ ନେଇ ଝରକା ଡେ଼ଇଁ ଆସାମୀ ସନ୍ତୋଷ ସାହୁ ଫେରାର ହୋଇଯାଇ ଥିଲା । ଏହି ଆସାମୀ ଫେରାର ଘଟଣାକୁ ୫ ଦିନ ଅତୀତ ହୋଇସାରିଥିଲେ ମଧ୍ୟ ପୁଲିସ ଫେରାର ଆସାମୀ ସନ୍ତୋଷ ସମ୍ପର୍କରେ ଗନ୍ଧବାସ ପାଇବାରେ ସଫଳ ହୋଇପାରି ନାହିଁ । ମାତ୍ର ଉକ୍ତ ଘଟଣାରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ କ୍ରମେ ନନ୍ଦ କିଶୋର ସାହୁ(କନେଷ୍ଟବଳ-୪୯୨) ଓ ଗୌର ମୋହନ ନାୟକ(କନେଷ୍ଟବଳ-୪୭୯)ଙ୍କୁ ଗତ ଗୁରୁବାର ସନ୍ଧ୍ୟାରେ କାର୍ଯ୍ୟରୁ ନିଲମ୍ବିତ କରାଯାଇ ବାରିପଦା ରିଜର୍ଭ ପୁଲିସରେ ହେଡ଼ କ୍ୱାଟର ଫିକ୍ସ କରାଯାଇଛି । ଉକ୍ତ ଆସାମୀ ଫେରାର ବିଷୟକୁ ନେଇ କନେଷ୍ଟବଳ ନନ୍ଦ କିଶୋର ସାହୁଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ ଗତ ମଙ୍ଗଳବାର ରାତି ସାଢେ଼ ୧୦ଟା ସମୟରେ ଲିଖିତ ଅଭିଯୋଗ ହେବା ପରେ ଥାନାରେ କେଶ ନଂ ୧୨୭/୨୦୧୮ରେ ଏକ ମାମଲା ରୁଜୁ କରାଯାଇଥିଲା ।

 

0
0
0
s2sdefault