ଫ୍ୟାନରୁ କରେଣ୍ଟ ଲାଗି ଦୁଇ ସମ୍ପର୍କୀୟ ଭଉଣୀ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସଦର ଥାନା ଅନ୍ତର୍ଗତ ଚଢେ଼ଇକଳା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ରାମେଶ୍ୱର ସୋରେନଙ୍କ ଝିଅ ସିଲି ସୋରେନ(୫) ଓ ବିଶ୍ୱ ନାଥ ସୋରେନଙ୍କ ଝିଅ ରାଜଲକ୍ଷ୍ମୀ ସୋରେନ(୬) ଦୁଇ ସମ୍ପର୍କୀୟ ଭଉଣୀ ଘରେ ଖେଳୁଥିବା ସମୟରେ ଅସାବଧାନତା କାରଣରୁ ନିକଟରେ ବୁଲୁଥିବା ଷ୍ଟାଣ୍ଡ ଫ୍ୟାନଟି ତାଙ୍କ ଉପରେ ଓଲଟି ପଡ଼ିଥିଲା । ଏହି ସମୟରେ କୌଣସି ପ୍ରକାରରେ ଫ୍ୟାନର ବଡ଼ି ସହିତ ବିଦୁ୍ୟତ୍ ସରବରାହ ସଂଯୋଗ ହେବା ଫଳରେ ଦୁଇ ଭଉଣୀ ଏହାର ସଂସ୍ପର୍ଷରେ ଆସିଯାଇଥିଲେ । ପରିବାରର ସଦସ୍ୟମାନେ ଜାଣିପାରି ଫ୍ୟାନ ସହିତ ବିଦୁ୍ୟତ୍ ସଂଯୋଗକୁ ବିଛିନ୍ନ କରାଇବା ସହିତ ଦୁଇ ସମ୍ପର୍କୀୟ ଭଉଣୀକୁ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ପହଁଞ୍ଚାଇ ଥିଲେ । ମାତ୍ର ଡ଼ାକ୍ତର ସିଲି ଓ ରାଜଲକ୍ଷ୍ମୀକୁ ରିସିଭ ଡେ଼ଥ ବୋଲି ଘୋଷଣା କରିବା ପରେ ହସପିଟାଲ ପରିସରରେ ଶୋକର ଛାୟା ଖେଳାଇ ଦେଇଥିଲା । ଖବରପାଇ ସଦର ଥାନା ପୁଲିସ ପହଁଞ୍ଚି ଶବକୁ ଜବତ କରି ପଞ୍ଚନାମା କରାଇ ପରିବାରର ସଦସ୍ୟଙ୍କୁ ହସ୍ତାନ୍ତର କରାଇଥିଲେ । ଏହି ଘଟଣାକୁ ନେଇ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି ।  ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବାରିପଦା ସଦର ଥାନା ପକ୍ଷରୁ ଅପମୃତ୍ୟୂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ଶବକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ।


0
0
0
s2sdefault