କଳା ମୁଗୁନି ପଥର ଚୋରା ଚାଲାଣ ଉଦ୍ୟମ : ୨ ଡ଼ମ୍ଫର ସହିତ ମିନି ଟ୍ରକ ଜବତ, ଡ଼୍ରାଇଭର ଫେରାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

12-06-18-BARI.jpg - 77.06 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁନ ୧୨ ଅପରାହ୍ନ ୪ଟା ସମୟରେ ବନ ବିଭାଗର ଡ଼ୁକୁରା ରେଞ୍ଜର ଅନନ୍ତ କୁମାର ଜେନା ଓ ଡେ଼ପୁଟୀ ରେଞ୍ଜର କେଦାର ନାଥ ମଲ୍ଲିକଙ୍କ ସହିତ ସ୍ପଶାଲ ସ୍କ୍ୱାଡର଼୍ ମିଳିତ ଭାବେ କଳା ମୁଗୁନି ପଥର ଚୋରା ଚାଲାଣ  ଉଦ୍ୟମ ହେଉଥିବା ବେଳେ ଓଆର ୦୧ଆର -୨୬୩୨ ନମ୍ବର ବିଶିଷ୍ଟ ଡ଼ମ୍ଫରକୁ ପଥର ସହିତ ଖୁଣ୍ଟା ଥାନା ଅନ୍ତର୍ଗତ କମଳି ଗ୍ରାମ ରାସ୍ତାରୁ ଜବତ କରିଛନ୍ତି  । ସେହିପରି ଉକ୍ତ ଖୁଣ୍ଟା ଥାନା ଅନ୍ତର୍ଗତ ପୁରୁଣାପାଣି ରାସ୍ତାରେ ଓଡ଼ି ୦୧ଏକ୍ସ -୪୦୩୨ ନମ୍ବର ବିଶିଷ୍ଟ ଡ଼ମ୍ଫର ଓ ବଡ଼ସାହି ଥାନା ଅନ୍ତର୍ଗତ ଗୁଡ଼ିଆଳବନ୍ଧ ରାସ୍ତାରେ ପୂର୍ବାହ୍ନ ୧୦.୪୦ ମିନିଟ ସମୟରେ ଓଆର ୧୧ ଡ଼ି- ୩୯୨୫ ନମ୍ବର ବିଶିଷ୍ଟ ଏକ ମିନି ଟ୍ରକକୁ ମଧ୍ୟ କଳା ମୁଗୁନି ପଥର ବୋଝେଇ ଅବସ୍ଥାରେ ବନ କର୍ମଚାରୀମାନେ ଜବତ କରିବାରେ ସଫଳ ହୋଇଥିବା ସମୟରେ ଏହି ସମସ୍ତ ଗାଡ଼ିର ଡ଼୍ରାଇଭର ଓ ହେଲପର ମାନଙ୍କୁ ବନ କର୍ମଚାରୀମାନେ ଗିରଫ କରିବାରେ ସଫଳ ହୋଇପାରି ନାହାନ୍ତି । ବନ କର୍ମଚାରୀମାନଙ୍କୁ ଦେଖି ଡ଼୍ରାଇଭର ରାସ୍ତାରେ ଗାଡ଼ିକୁ ଛାଡ଼ି କୌଶଳ କ୍ରମେ ଫେରାର ହୋଇଯାଇ ଥିଲା ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । 

0
0
0
s2sdefault