ହେଡଲାଇନସ୍:

ବାଲ୍ୟ ବିବାହକୁ ପ୍ରତିବାଦ କରିନପାରି  ଘର ଛାଡ଼ିଥିଲା ନାବାଳିକା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ସାକେରୀ ଗ୍ରାମରୁ ୯ମାସ ପୂର୍ବେ ବାଲ୍ୟ ବିବାହକୁ ପ୍ରତିବାଦ କରିନପାରି ନିଖୋଜ ହୋଇଥିବା  ଜଣେ ନାବାଳିକାକୁ ଓଡଗାଁ ପୋଲିସ ଆଜି ଉଦ୍ଧାର କରି କୋର୍ଟରେ ହାଜର କରିଥିଲେ । ଓଡଗାଁ ପୋଲିସ ନାବାଳିକାଟିର ବୟାନ ରେକର୍ଡ  ପରେ ତାକୁ ତା ବାପା ମାଙ୍କୁ ହସ୍ତାନ୍ତର କରିଥିଲେ । ଘଟଣାରୁ ପ୍ରକାଶ ୧୦ ମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକା ଜଣକ ଗତ ଫ୍ରେ୍ରବୃୟାରୀ ମାସ ୧୬ ତାରିଖ ଭାଇର ବାହାଘର ବେଳେ ବିବାହ କାର୍ଯ୍ୟରେ ବ୍ୟସ୍ତ ରହିଥିବା ଯୋଗୁଁ ମାଟ୍ରିକ ପରୀକ୍ଷା ପାଇଁ ଆବଶ୍ୟକ ପ୍ରସ୍ତୁତ ହୋଇ ପାରିନଥିଲା । ଅନ୍ୟ ପକ୍ଷରେ ପରୀକ୍ଷାରେ ଉତୀର୍ଣ୍ଣ ହେବା ନେଇ ସନ୍ଦେହ ଥିବାରୁ ବାପା ମା ତାର ପାଠ ପଢାରେ ଡୋରିବାନ୍ଧି ଖୁବ ଶିଘ୍ର ବାହାଘର କରିଦେବାନେଇ ଯୋଜନା କରୁଥିବା ସେ ଜାଣିପାରିଲା । ତେଣୁ ଭାଇବାହାଘର ଦିନ ସନ୍ଧ୍ୟା ୬ଟା ବେଳେ ନାବାଳିକା ନିଜର ସୁରକ୍ଷା ପାଇଁ ଘରୁ ଚାଲିଯାଇଥିଲା । ଏନେଇ ୧୯ ତାରିଖରେ ତାର ବାପା ଅଭିଯୋଗ କରିବା ପରେ ୨୭/୧୯ରେ ଓଡଗାଁ ଥାନାରେ ଏକ ଅପହରଣ ମାମଲା ରୁଜୁ ହେଲା । ପରବର୍ତି ସମୟରେ ଝିଅର ଅବସ୍ଥିତି ସମ୍ପର୍କରେ ବାପା ମା ଜାଣିଥିଲେ ମଧ୍ୟ ପୋଲିସକୁ କୈାଣସି ସୂଚନା ଦେଇନଥିଲେ । ତଦନ୍ତକାରୀ ପୋଲିସ ଅଫିସର ସେହଲତା ପ୍ରଧାନ ଆଜି ସକାଳେ କଟକ ପାହାଳଥାନା ଅନ୍ତର୍ଗତ ଫୁଲନଖରାରେ ରହୁଥିବା ତା ବଡଭଉଣିର ଶାଶୁ ଘରୁ ନାବାଳିକୁ ଉଦ୍ଧାର କରିଥିଲେ । ସୂଚନା ଯୋଗ୍ୟ ଯେ ବାଲ୍ୟ ବିବାହ ରୋକିବା ପାଇଁ ସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି କିନ୍ତୁ ଦାୟିତ୍ୱରେ ଥିବା ବିଭାଗ ଗୁଡିଗର ନିଷ୍କ୍ରିୟତା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏ କ୍ଷେତ୍ରରେ ନାବାଳିକାଟି ବାଲ୍ୟ ବିବାହ ଚାହୁଁ ନଥିବାରୁ ପ୍ରତିବାଦ କରିନପାରି ନିଜେ ଘରଛାଡି ଚାଲି ଯିବାକୁ  ଉଚିତ ମନେ କରିଥିଲା । ବାପା ମା ଦୋଷମୁକ୍ତ ହେବା ପାଇଁ ସବୁ ଜାଣିଶୁଣି  ଝିଅର ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗଟିଏ କରି ଚୁପହୋଇ ବସିପଡିଲେ । 

0
0
0
s2sdefault