ରାଜ୍ୟରେ ବୃଦ୍ଧିପାଉଛି ବଳାତ୍କାର ଘଟଣା : ମୁଖ୍ୟମନ୍ତ୍ରୀକୁ ଚିଠି ଲେଖିଲେ ସମାଜସେବୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସୁନ୍ଦରଗଡ଼-  ଶନିବାର ବିଳମ୍ବିତ ରାତିରେ ଅନୁଗୁଳ ସହରରେ ଜଣେ ଆଠ ବର୍ଷିୟା ନାବାଳିକାଙ୍କୁ ଉଠାଇ ନେଇ ବଳାତ୍କାର କରିବା ପରେ ତାକୁ   ସଜ୍ଞାହିନ ଅବସ୍ଥାରେ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମ। ଶ୍ରୀ କୁସୁମ ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ମାତୃଜାତିର ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀ କୁସୁମ ଦର୍ଶାଇଛନ୍ତି ଯେ ଏକ ମାତୃସମ୍ମାନ ରାଷ୍ଟ୍ରରେ ମା ଭଉଣୀଙ୍କ ପ୍ରତି ଏଭଳି ଜଗନ୍ୟ ଅତ୍ୟାଚାର କେବେ ଗ୍ରହଣୀୟ ନୁହେଁ। ମୁଖ୍ୟତଃ କୋମଳମତି ଶିଶୁ ମାନଙ୍କ ଇଜ୍ବତ ପ୍ରତି ଏଭଳି ଜଗନ୍ୟ ଅତ୍ୟାଚାର ଶଭ୍ୟ ସମାଜ ପାଇଁ ଶୋଭନୀୟ ନୁହେଁ। ତେଣୁ ବଳାତ୍କାର ମୁକ୍ତ ଓଡିଶା ଗଠନ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାର ବହୁ ଆବଶ୍ୟକତା ରହିଛି। ଶ୍ରୀ କୁସୁମ ଆହୁରି ଦର୍ଶାଇଛନ୍ତି ଯେ ବଳାତ୍କାର ଭଳି ଏକ ଜଘନ୍ୟ ଅପରାଧକୁ ମୁଳୋତ୍ପାଟନ କରିବାକୁ ହେଲେ ଆଇନ କି କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ। ଏହାକୁ ମୁଳୋତ୍ପାଟନ କରିବାକୁ ହେଲେ ପ୍ରତ୍ୟେକ ବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ଯାଏଁ ସଂସ୍କାର ଶିକ୍ଷାକୁ ବାଧ୍ୟତାମୂଳକ କରାଯିବା ସହିତ ପ୍ରତ୍ୟେକ ଗାଁରେ ଭାରତୀୟ ସଂସ୍କୃତିରେ ନାରୀ ଜାତିର ରହିଥିବା ମହତ୍ତ୍ଵ ଉପରେ ସଚେତନାତ୍ମକ କାର୍ଯ୍ୟକ୍ରମ ଆୟୋଜନ କରିବା ବହୁତ୍ ଗୁରୁତ୍ୱପୂର୍ଣ୍ଣ ଅଟେ। ନଚେତ୍ ନିଜ ଆଖି ସାମ୍ନାରେ ଏମିତି ଅନେକ ମା ଭଉଣୀଙ୍କ ଇଜ୍ବତ ନିଲାମ ହୋଇ ଚାଲିଥିବ ଏବଂ ରାଜ୍ୟବାସୀ ଖାଲି  ଆଖିରୁ ଲୁହ ଗଡାଇ ଚାଲିଥିବେ। ଶ୍ରୀ କୁସୁମ ଆହୁରି ଦର୍ଶାଇଛନ୍ତି ଓଡିଶା ଜଗନ୍ନାଥଙ୍କ ମାଟି ହୋଇଥିବା ଯୋଗୁଁ  ମା ଭଉଣୀ ମାନେ ଆସ୍ଥା ଓ ଆବେଗର କେନ୍ଦ୍ରବିନ୍ଦୁ ଅଟନ୍ତି। ହେଲେ ଆସ୍ଥା ଓ ଆବେଗର କେନ୍ଦ୍ରବିନ୍ଦୁ ମାତୃଜାତି ପ୍ରତି ଦିନକୁ ଦିନ ଯେଭଳି ଅତ୍ୟାଚାର ବୃଦ୍ଧିପାଉଛି ତାହା ରାଜ୍ୟ ପାଇଁ ଏକ କଳଙ୍କିତ ଅଧ୍ୟାୟ ଅଟେ। ଆସ୍ଥା ଓ ଆବେଗର କେନ୍ଦ୍ରବିନ୍ଦୁ ଯେତେ ଦିନ ଯାଏଁ ସୁରକ୍ଷିତ ହୋଇନାହିଁ ସେତେଦିନ ପର୍ଯ୍ୟନ୍ତ ଏତେସବୁ ବିକାଶର କିଛି ମୁଲ୍ୟନାହି ବୋଲି ଶ୍ରୀ କୁସୁମ କ୍ଷୋଭ ପ୍ରକଟ କରିବା ସହିତ ମାତୃଜାତିର ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

0
0
0
s2sdefault