ରୋଟାରୀ କ୍ଲବ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁରରୋଡ଼/ଜୟଶଙ୍କର ଦାଶ :  ଜିଲ୍ଲାରେ ସଡକ ଦୁର୍ଘଟଣା ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହେଉଛି | ଅନେକ ଲୋକ ଅକର୍ମଣ୍ୟ ହୋଇଯାଉଛନ୍ତି ଓ ଅନେକ ପରିବାର ଉଜୁଡି ଯାଉଛି | ଏହି ଉଦ୍ଦେଶ୍ୟରେ ସଡକ ନିରାପତ୍ତା ସପ୍ତାହ ପାଳନ କରାଯାଉଥିବା ବେଳେ ଏଥିରେ ସାମିଲ ହୋଇଥିଲା  ରୋଟାରୀ କଳିଂଗନଗର | ବ୍ୟାସନଗର ପବ୍ଲିକ ସ୍କୁଲ ଇଣ୍ଟରାକ୍ଟ କ୍ଲବ ଓ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ମିଳିତ ଆନୁକୂଲ୍ୟରେ ଯାଜପୁରରୋଡ଼ ସହରାଞ୍ଚଳରେ ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ସ୍ଥାନୀୟ ଗୋପବନ୍ଧୁ ଛକଠାରେ ମୁଖ୍ୟ ଅତିଥି ଯାଜପୁରରୋଡ଼ ଏସଡ଼ିପିଓ କେଦାରନାଥ ଦାସ ଅନ୍ୟତମ ଅତିଥି ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ ଏବଂ ଯାଜପୁର ରୋଡ଼ ଥାନା ଅଧିକାରୀ ଅମିତାଭ ମହାପାତ୍ର ରୋଟାରୀ ପତାକା ହଲାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ରୋଟାରୀ କ୍ଲବ କଳିଂଗନଗର ଦ୍ୱାରା ଆୟୋଜିତ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ଶୋଭାଯାତ୍ରା ଗୋପବନ୍ଧୁ ଛକରୁ ବାହାରି ଚୋରଦା ଛକ ପର୍ଯ୍ୟନ୍ତ ଯାଇଥିଲା | ଏହି ଶୋଭାଯାତ୍ରାରେ ରୋଟାରୀ କ୍ଲବ କଳିଂଗନଗର, ବ୍ୟାସନଗର ପବ୍ଲିକ ସ୍କୁଲର ଇଣ୍ଟରାକ୍ଟ କ୍ଲବ ଏବଂ ବରିଷ୍ଠ  ନାଗରିକ ମଂଚ ବ୍ୟାସନଗର ସଦସ୍ୟ ମାନେ ସାମିଲ ହୋଇଥିଲା | ବ୍ୟାସନଗର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଂକ ଦ୍ୱାରା ସଡ଼କ ସୁରକ୍ଷାସଂପର୍କିତ ବିଭିନ୍ନ ପ୍ଲାକାଡର଼୍ ପ୍ରଦର୍ଶନ ସହ ଡ଼ାକବାଜୀ ଯନ୍ତ୍ର ଦ୍ୱାରା ବିଭିନ୍ନ ସ୍ଲୋଗାନ ଦିଆଯାଇ ବିଭିନ୍ନ ଗାଡ଼ିଚାଳକ ଏବଂ ସର୍ବସାଧାରଣଂକୁ ସଚେତନ କରାଯାଇଥିଲା | ଶେଷରେ ଚୋରଦା ଛକରେ ସମସ୍ତ ଯାନବାହନ ଚାଳକମାନଙ୍କୁ ସଡ଼କ ଯୋଜନା ସଂପର୍କରେ ସଚେତନ କରାଯାଇଥିଲା ।  ରୋଟାରୀ କଳିଙ୍ଗ ନଗର ସଭାପତି ରୋଟାରିଆନ ସଂଗ୍ରାମ ପଟ୍ଟନାୟକ , ସଂପାଦକ ରୋଟାରିଆନ ଲୋକନାଥ ରାଉତ, ଉପସଭାପତି ରୋଟାରିଆନ ମହେନ୍ଦ୍ର କୁମାର ପଣ୍ଡା, ସହ ସଂପାଦକ ରୋଟାରିଆନ ଶିବାନନ୍ଦ ନାୟକ, ରୋଟାରିଆନ ଅଚ୍ୟୁତାନନ୍ଦ  ମହାନ୍ତି, ସୂର୍ଯ୍ୟକାନ୍ତ ବିଶ୍ୱାଳ, ସତୀଶ ଜେନା ଏବଂ ଦେବସ୍ମିତା ସାହୁଙ୍କ ସମେତ ବ୍ୟାସନଗର ବରିଷ୍ଠ  ନାଗରିକ ମଂଚର ସଭାପତି ଉପେନ୍ଦ୍ରନାଥ ବେଉରିଆ, ସଂପାଦକ ଚନ୍ଦ୍ରମଣି ସାମଲ, ଉପସଭାପତି ନୃସିଂହ ଚରଣ ପରିଡ଼ା ପ୍ରଫୁଲ ନୟକ, ବିଷ୍ଣୁ ଚରଣ ସାହୁ, ଅନାଦି ଚରଣ ମଲିକ, ଯୁଧିଷ୍ଠିର ମଲିକ, ସନାତନ ମଲିକ ସମେତ ବ୍ୟାସନଗର ସ୍କୁଲର ଅଧ୍ୟକ୍ଷା ଦେବସ୍ମିତା ସାହୁ , ନାରାୟଣ ରାଉଳ , ରଘୁନାଥ ମିଶ୍ର ପ୍ରମୁଖ ଏହି ସଚେତନତା  କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |  

 

0
0
0
s2sdefault