ଯାଜପୁରରୋଡ଼ ଓକିଲ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଂକ ଉଦ୍ଦେଶ୍ୟରେ  ସ୍ମାରକପତ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁରରୋଡ଼/ଜୟଶଙ୍କର ଦାଶ : ସର୍ବଭାରତୀୟ ବାର୍ କାଉନିଲର ଡ଼ାକରାରେ ପାଂଚ ଦଫା ଦାବି ନେଇ ଯାଜପୁରରୋଡ଼ର ବିଭିନ୍ନ  ଓକିଲ ସଂଘ ପକ୍ଷରୁ ମିଳିତ  ଭାବେ କଳିଂଗନଗର ଅତିରିକ୍ତ ଜିଲ୍ଳାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯାଜପୁରରୋଡ଼ ଓକିଲ ସଂଘ, ବ୍ୟାସନଗର ଓକିଲ ସଂଘ  , କଳିଂଗନଗର ଓକିଲ ସଂଘ ଓ ଯାଜପୁର ଜିଲ୍ଲା ଟ୍ୟାକସ୍ ବାର ଆସୋସିଏସନର ସଦସ୍ୟ ଓ କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରା ଯାଜପୁରରୋଡ଼ କୋର୍ଟ ଠାରୁ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ସେମାନେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଓକିଲମାନଙ୍କ ପାଇଁ ସରକାର ୫ ହଜାର କୋଟି ବଜେଟରେ ରଖି ସେମାନଙ୍କର ଆବଶ୍ୟକତାକୁ ପୂରଣ କରିବା , ସ୍ୱାସ୍ଥ୍ୟ ବୀମା ଲାଗୁ କରିବା, ପେନସନ୍ ପ୍ରଭୃତି ଦାବିକରିଥିଲେ । ଆଇନଜୀବୀ ବିବେକାନନ୍ଦ ମହାନ୍ତି, ନାରାୟଣ ପ୍ରସାଦ ପତି, ଚନ୍ଦ୍ରଶେଖର ପଣ୍ଡା, ମନୀନ୍ଦ୍ର ଧଳ , ନାରାୟଣ ଧୀର, ରବିନ୍ଦ୍ର କୁମାର ରାଉତଙ୍କ ସମେତ ବହୁ ସଂଖ୍ୟର ଆଇନଜୀବୀ ଏଥିଲେ ସାମିଲ ହୋଇଥିଲେ | 

0
0
0
s2sdefault