ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ : ସମର୍ଥ ବର୍ମା ବିଏମସି କମିଶନରମ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଦାୟିତ୍ୱ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଅନୀଲ କୁମାର ସାମଲ କେନ୍ଦ୍ରାଂଚଳ ଆରଡିସି, ପ୍ରମୋଦ କୁମାର ବେହେରା ରାୟଗଡ଼ା ଜିଲ୍ଲାପାଳ

ଭୁବନେଶ୍ୱର:  ଶନିବାର ଦିନ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ବଡ ଧରଣର  ଅଦଳବଦଳ କରିଛନ୍ତି । ନିର୍ବାଚନ ପୂର୍ବରୁ ଗୋଟିଏ ଜିଲ୍ଲାରେ ୩ ବର୍ଷରୁ ଅଧିକ ଦିନ ରହିଥିବା ଅଧିକାରୀଙ୍କୁ ବଦଳି କରାଯିବା ନେଇ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଆଧାରରେ ଏହି ବଦଳି କରାଯାଇଛି । ଅନୁଗୋଳ, ଝାରସୁଗୁଡ଼ା, ଜଗତସିଂହପୁର, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି । ମୋଟ ୧୦ଜଣ ବରିଷ୍ଠ ପ୍ରଶାସନିକ ଅଫିସରଙ୍କ  ବଦଳି ହୋଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରୀ ହୋଇଛି । 

ଏହି ବିଜ୍ଞପ୍ତି ଅନୁଯାୟୀ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଅନୁଗୋଳ ଜିଲ୍ଲାପାଳ ଅନୀଲ କୁମାର ସାମଲଙ୍କୁ କେନ୍ଦ୍ରାଂଚଳ ଆରଡିସି ଓ ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ  ଭାବେ ବଦଳି କରାଯାଇଥିବା ବେଳେ  ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଏବଂ ଜଗତସିଂହପୁର ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ଏହା ବ୍ୟତୀତ ବିଡିଏ ସଚିବ ମନୋଜ କୁମାର ମହାନ୍ତିଙ୍କୁ ଅନୁଗୋଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ବିଏମସି କମିଶନର ଶୁଭମ ସାକସେନାଙ୍କୁ ସମ୍ବଲପୁର ଜିଲ୍ଳାପାଳ, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ବିଭୂତି ଭୂଷଣ ଦାସଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ, ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବ୍ୟକ୍ତିଗତ ସଚିବ ପ୍ରମୋଦ କୁମାର ବେହେରାଙ୍କୁ ରାୟଗଡ଼ା ଜିଲ୍ଲାପାଳ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ଅର୍ଚ୍ଚନା ପଟ୍ଟନାୟକଙ୍କୁ କେବଳ ଓଡ଼ିଶା ଔଷଧ ନିଗମ ଏମଡି ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି ।

0
0
0
s2sdefault