କିଟ୍‍ ଛାତ୍ରୀ ‘ଇଣ୍ଡିଆନ୍ ଆଇଡଲ୍‌’ ୨୦୨୬ ଗ୍ରାଣ୍ଡ ଫିନାଲିଷ୍ଟ ଜ୍ୟୋତିର୍ମୟୀଙ୍କ ହୋମ୍‍କମିଂ ସେଲିବ୍ରେସନ୍‍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧୫ ।୭: ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍‌’ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିବା କିଟ୍ ଛାତ୍ରୀ ତଥା ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କ ହୋମ୍‍ କମିଂ ସେଲିବ୍ରେସନ୍‍ ଅବସରରେ ତାଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ବୁଧବାର ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। ଜ୍ୟୋତିର୍ମୟୀ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବା ସହ ତାଙ୍କ ବାସଭବନ ପର୍ଯ୍ୟନ୍ତ ନିଆଯାଇଥିଲା।
ଅପରାହ୍ନରେ ନିଜ ଶିକ୍ଷାନୁଷ୍ଠାନ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ନିମନ୍ତେ ବ୍ୟାପକ ଆୟୋଜନ କରାଯାଇଥିଲା। ସେ କିଟ୍‍ କ୍ୟାମ୍ପସରେ ପହଞ୍ଚିବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ସ୍ୱାଗତ କରିବା ସହ କିଟ୍‍ର ଶତାଧିକ କର୍ମଚାରୀ ଓ ଛାତ୍ରଛାତ୍ରୀ ତାଙ୍କୁ ପାରମ୍ପରିକ ନୃତ୍ୟ ଓ ସଂଗୀତ ମଧ୍ୟରେ ଅଭିନନ୍ଦନ ଜଣାଇଥିଲେ। ସେ କିଟ୍‍ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିବା ପରେ କିସ୍‍ ଶ୍ରୀବାଣୀକ୍ଷେତ୍ରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ। ପରେ କିସ୍‍ କ୍ୟାମ୍ପସରେ କିସ୍‍ ଛାତ୍ରଛାତ୍ରୀ ଜନଜାତି ନୃତ୍ୟଗୀତରେ ଜ୍ୟୋତିର୍ମୟୀଙ୍କୁ ସ୍ୱାଗତ କରିଥିଲେ। ସେଠାରେ ସେ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ସଂଗୀତ ପରିବେଷଣ କରି ସେମାନଙ୍କୁ ଉତ୍ସାହିତ କରିଥିଲେ।
ପରେ କିଟ୍‍ ଅଡିଟୋରିୟମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ ପତି, ଅଭିନେତା ଦେବାଶିଷ ପାତ୍ର, ପୁପିନ୍ଦର ସିଂହ, କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତିଙ୍କ ଉପସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଜ୍ୟୋତିର୍ମୟୀ ଓ ତାଙ୍କ ପିତାମାତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ଶ୍ରୀ ସାମନ୍ତ କହିଲେ, ଜ୍ୟୋତିର୍ମୟୀଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସହ ସମସ୍ତ ଓଡ଼ିଆଙ୍କ ଶୁଭେଚ୍ଛା ରହିଛି। ଜ୍ୟୋତିର୍ମୟୀ ନିଶ୍ଚିତ ଭାବେ ଇଣ୍ଡିଆନ୍‍ ଆଇଡଲ୍‍ ଟାଇଟଲ୍‍ ହାସଲ କରିବେ ବୋଲି ସେ ଆଶାପୋଷଣ କରିଥିଲେ। ସୂଚନାଯୋଗ୍ୟ, ଜ୍ୟୋତିର୍ମୟୀ ପ୍ରଥମ ଓଡ଼ିଆ କଣ୍ଠଶିଳ୍ପୀ ଭାବେ ଏଭଳି ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ଗ୍ରାଣ୍ଡ ଫିନାଲେରେ ପହଞ୍ଚି ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ଏହା ଓଡ଼ିଶା ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଇଣ୍ଡିଆନ୍ ଆଇଡଲର ଗ୍ରାଣ୍ଡ ଫିନାଲେ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସେ ପ୍ରଥମ ଓଡ଼ିଆ ପ୍ରତିଯୋଗୀ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/