ଡାକଘର ନିର୍ମାଣ ଦାବି: ଡାକ ଅଧିକ୍ଷକଙ୍କୁ ଭେଟିଲା ଓଡ଼ଗାଁ ବିକାଶ ମଞ୍ଚ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁଠାରେ ସ୍ଥାୟୀ ଡାକଘର ନିର୍ମାଣ ଦାବିକୁ ନେଇ ବୁଧବାର ଓଡ଼ଗାଁ ବିକାଶ ମଞ୍ଚର ଏକ ପ୍ରତିନିଧି ଦଳ ନୟାଗଡ଼ ଡାକ ମଣ୍ଡଳର ଅଧିକ୍ଷକ ମନୋଜ କୁମାର ପଟ୍ଟନାୟକଙ୍କୁ ଓଡ଼ଗାଁ ଡାକଘରରେ ସାକ୍ଷାତ କରି ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଲୋଚନା ବେଳେ ଡାକ ଅଧିକ୍ଷକ କହିଥିଲେ ଯେ, ପୂର୍ବରୁ ଦାଖଲ ହୋଇଥିବା ଆବେଦନ ଆଧାରରେ ଡାକ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ କାରଣବଶତଃ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା। ଏହି ଅବସରରେ ବିକାଶ ମଞ୍ଚର ଆବାହକ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ସଦସ୍ୟମାନେ ଜଣାଇଥିଲେ ଯେ, ଫର୍ମ ନମ୍ବର–୧ ପୂରଣ କରି ଓଡ଼ଗାଁ ତହସିଲଦାରଙ୍କ ନିକଟରେ ଦାଖଲ କରାଗଲେ ସରକାରୀ ପକ୍ଷରୁ ବିନାମୂଲ୍ୟରେ ତୁରନ୍ତ ଜମି ଯୋଗାଇ ଦିଆଯିବାକୁ ପ୍ରସ୍ତୁତି ରହିଛି।
ଉତ୍ତରରେ ଡାକ ଅଧିକ୍ଷକ ଏକ ସପ୍ତାହ ମଧ୍ୟରେ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ। ଜମି ଉପଲବ୍ଧ ହେବା ପରେ ଓଡ଼ଗାଁରେ ସ୍ଥାୟୀ ଡାକଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/