ଓଡ଼ଗାଁ, ୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ) ହିତାଧିକାରୀ ଚୟନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରଙ୍ଗଣୀପାଟଣା ସମେତ ୧୦ଟି ପଞ୍ଚାୟତର ଶତାଧିକ ଆବେଦନକାରୀ ବୁଧବାର ଓଡ଼ଗାଁ ବିଡିଓ ପ୍ରୀତିବାଳା ରଣାଙ୍କୁ ଭେଟି ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ପୁନଃ ନିରପେକ୍ଷ ସର୍ବେକ୍ଷଣ ଦାବି କରିଛନ୍ତି। ଅଭିଯୋଗକାରୀଙ୍କ କହିବାନୁସାରେ, ପ୍ରକୃତ ଯୋଗ୍ୟ ପରିବାର ବାଦ୍ ପଡ଼ିଥିବା ବେଳେ କେତେକ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରେ ରହିଛି। ରଙ୍ଗଣୀପାଟଣା ପଞ୍ଚାୟତରେ ୨୨୭ ଜଣଙ୍କ ମଧ୍ୟରୁ ସର୍ବେକ୍ଷଣ ପରେ ୧୩୩ ଜଣଙ୍କୁ ବାଦ୍ ଦେଇ କେବଳ ୯୪ ଜଣଙ୍କୁ ଯୋଗ୍ୟ ବିବେଚନା କରାଯାଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। ବିଡିଓ ପ୍ରୀତିବାଳା ରଣା କହିଛନ୍ତି, କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ନାହିଁ ଏବଂ ଅଯୋଗ୍ୟ ବ୍ୟକ୍ତି ଘର ପାଇବେ ନାହିଁ। ଅଭିଯୋଗର ଯାଞ୍ଚ କରି ଆବଶ୍ୟକ ହେଲେ ପୁନଃ ସର୍ବେକ୍ଷଣ କରାଯିବ ବୋଲି ସେ କହିବା ସହ ଆବାସ ଘର କରାଇଦେବା ନାମରେ କାହାକୁ ଟଙ୍କା ନ ଦେବାକୁ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ରାଜ୍ୟ
ପିଏମ୍ ଆବାସ ଚୟନ ଅନିୟମିତତା କୁ ନେଇ ଅସନ୍ତୋଷ, ପୁନଃ ସର୍ବେକ୍ଷଣ ଦାବି
- Hits: 5






