ସୁନ୍ଦରଗଡ (ସ୍ୱତନ୍ତ୍ର ପ୍ରତିନିଧି ) : ସୁନ୍ଦରଗଡ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଦସ୍ତଖତ ଥିବା ବିଭାଗୀୟ ନଥି ପତ୍ରକୁ ଜାଲ କରି କେହି ଜଣେ ଦୁର୍ବୃତ୍ତ ବିଭାଗୀୟ କାମ ଦେଇଥିବା ନେଇ ଟାଉନ ଥାନାରେ ମାମଲା ରୁଜ୍ଜୁ ହେବ ପରେ ଆଜି ଜୁଲାଇ 15 ତାରିଖ ସହରର କେନ୍ଦ୍ରସ୍ଥଳରେ ଥିବା ଗାଙ୍ଗପୁର ପ୍ରେସରେ ଏକ ଜାଲ ନଥି ପତ୍ର ତିଆରି ହୋଇଥିବା କଥା ଟାଉନ ପୋଲିସର ତଦନ୍ତରେ ଜଣା ପଡିଛି। ଶିବାଜୀ ନାଏକ ନାମକ ଜଣେ ପେଟି ଠିକାଦାର ଏହି ଫର୍ଜରି ଡକ୍ୟୁମେଣ୍ଟ ତିଆରି କରିଛି। ଏଭଳି ଘଟଣା ନଜରକୁ ଆସିବା ପରେ ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ କ୍ରମେ ଟାଉନ ପୋଲିସ ଟାଉନ ଥାନା କେଶ ନମ୍ବର - 282/2026 ରେ ଏକ ମାମଲା ରୁଜ୍ଜୁ କରିବା ସହ ଦୁଇ ଦୁର୍ବୃତ୍ତ ଶିବାଜୀ ନାଏକ ଓ ମହମ୍ମଦ ଅସଦୁଲ୍ଲାଙ୍କୁ ଥାନାରେ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି। ଏହା ସହ ଗାଙ୍ଗପୁର ପ୍ରେସରେ ମଧ୍ୟ ଖୋଳତାଡ ଜାରି ରଖିଛି।
ରାଜ୍ୟ
ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଦସ୍ତଖତ ଥିବା ବିଭାଗୀୟ ନଥିପତ୍ରକୁ ଜାଲ କରି ଦୁଇ ଅଟକ
- Hits: 14






